ଆଉ ୨ ହସ୍ପିଟାଲରେ ଖୋଲିଲା ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ୱର: ରାଜ୍ୟରେ ଆଉ ଦୁଇଟି ହସ୍ପିଟାଲରେ ଖୋଲିଛି ପ୍ଲାଜମା ବ୍ୟାଙ୍କ। ବ୍ରହ୍ମପୁର MKCG ମେଡିକାଲ୍ ଓ ବୁର୍ଲା ଭିମ୍‌ସାରରେ ପ୍ଲାଜମା ବ୍ୟାଙ୍କ ବ୍ୟବସ୍ଥାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। MKCG ହସ୍ପିଟାଲରେ ଉଦ୍ଘାଟନୀ ବେଳେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ଭିମସାରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଉପସ୍ଥିତ ଥିଲେ।

ପ୍ଲାଜମା ଥେରାପି ଏବେ କରୋନା ଆକ୍ରାନ୍ତଙ୍କ ପାଇଁ ବରଦାନ ସାଜିଛି। ତେଣୁ ଏହାକୁ ରାଜ୍ୟର ଅନ୍ୟ ଅଞ୍ଚଳରେ ପହଞ୍ଚାଇବା ସହ ପ୍ଲାଜମା ଥେରାପିକୁ ଅଧିକରୁ ଅଧିକ ଚିକିତ୍ସା କ୍ଷେତ୍ରରେ ପହଞ୍ଚାଇବାକୁ ରାଜ୍ୟ ସରକାର ଚେଷ୍ଟା କରୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାପୂର୍ବରୁ କଟକ ଏସସିବି ହସ୍ପିଟାଲ୍, ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍ ଏବଂ ରାଉରକେଲା ଆଇଜିଏଚ୍ ହସ୍ପିଟାଲରେ ଆରମ୍ଭ କରାଯାଇଛି।

ଆହୁରି ପଢ଼ନ୍ତୁ

You might also like