ଆଉ ୨ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ। ଯାଜପୁରରେ ୪ ନୂଆ ଆକ୍ରାନ୍ତ ଚିହ୍ନଟ ହେବାର କିଛି ସମୟର ବ୍ୟବଧାନ ମଧ୍ୟରେ ରାଜ୍ୟରେ ଆଉ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୨ ଜଣ ବାଲେଶ୍ୱର ଅଞ୍ଚଳର ହୋଇଥିବା ରାଜ୍ୟ ଡିଷ୍ଟ୍ରିକ୍ଟ କରୋନା ୱେବସାଇଟ୍‌ରେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ଉକ୍ତ ଜିଲ୍ଲାରେ ୧୦ କରୋନା ଆକ୍ରାନ୍ତ ହୋଇଛନ୍ତି। ପୂର୍ବରୁ ଜିଲ୍ଲାରେ ୮ ଜଣ ଆକ୍ରାନ୍ତ ଥିବାବେଳେ ଆଜି ଆଉ ୨ ଜଣଙ୍କଠାରେ ପଜିଟିଭ୍ ଆସିଛି। ବର୍ତ୍ତମାନ ଜିଲ୍ଲାର ୧୦ ଜଣ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି।

ଏହି ୨ଜଣଙ୍କ ମଧ୍ୟରୁ ଜଣେ ୫୫ ବର୍ଷିୟ ମହିଳା ଓ ଅନ୍ୟ ଜଣେ ୩୬ ବର୍ଷର ଯୁବକ। ଏହି ୨ ଜଣ ଅନ୍ୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି।  ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚିଲା। ଦିନକରେ ୬ଜଣ କରୋନା ପଜିଟିଭ ଚିହ୍ନଟ ହେଲେଣି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯ରେ ପହଞ୍ଚିଛି।


ତେବେ ଏହି ୨ ଚିହ୍ନଟ ହେବାର କିଛି ସମୟ ପୂର୍ବରୁ ରାଜ୍ୟରେ ଆଉ ୪ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହି ସମସ୍ତ ୪ଜଣ ଯାକ ଯାଜପୁର ଅଞ୍ଚଳର ବୋଲି ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ୍‌ରେ ସୂଚନା ଦିଆଯାଇଛି। ତେବେ ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯ରେ ପହଞ୍ଚିଛି। ଏମାନଙ୍କର ପଶ୍ଚିମବଙ୍ଗ ଫେରନ୍ତା ଲିଙ୍କ ରହିଛି।


ଯାଜପୁରର ନୂଆ ୪ ପଜିଟିଭଙ୍କ ମଧ୍ୟରେ ଜଣେ ୪୮ ବର୍ଷୀୟ ମହିଳା, ୭୦ ବର୍ଷର ମହିଳା, ଜଣେ ୮୦ ବର୍ଷ ମହିଳା ଓ ଜଣେ ୨୧ ବର୍ଷୀୟ ଯୁବକ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭ରେ ପହଞ୍ଚିଛି। କୋଲକାତାରୁ ଆସିଥିବା ଲୋକଙ୍କ ଯୋଗୁଁ ଜିଲ୍ଲାରେ ଏବେ କରୋନା ବ୍ୟାପିବାରେ ଲାଗିଛି। ଗତକାଲି ମଧ୍ୟ ଜଣଙ୍କଠାରେ କରୋନା ପଜିଟିଭ୍ ଆସିଥିଲା।

ସେହିପରି ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱରର ଆଉ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୩୩ରେ ପହଞ୍ଚିଛି। କେବଳ ଭୁବନେଶ୍ୱରରେ ୨୨ ଜଣ ସୁସ୍ଥ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

OLA ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି କାର୍‌ ଡିକିରେ ଭର୍ତ୍ତି କରି ନେଉଥିଲେ; ଅଧା ବାଟରେ ଘଟିଲା ଏମିତି ଘଟଣା

You might also like