ଆଉ ଗୋଟିଏ ଜିଲ୍ଲାକୁ ଛୁଇଁଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଆଉ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ପ୍ରଥମ ଥର ପାଇଁ ନୟାଗଡ ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ କରୋନା ସଂକ୍ରମିତ ଜିଲ୍ଲାରେ ସାମିଲ ହୋଇଛି କରୋନା। ଆକ୍ରାନ୍ତ ଜଣକ ୪୦ ବର୍ଷ ବୟସର ଯୁବକ। ସେ ସୁରତରୁ ଫେରିଥିଲେ ଓ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଆଉ ଜମେ ଗଞ୍ଜାମରୁ ଚିହ୍ନଟ ହେଇଛନ୍ତି। ସେ ଗଂଜାମ ଜିଲ୍ଲାର ୨୬ ବର୍ଷିୟ ଯୁବକ ହୋଇଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି।


କିଛି ଦିନ ତଳେ ସେ ସୁରତରୁ ଫେରିଥିଲେ ଓ କ୍ୱାରେଣ୍ଟିନ୍‌ରେ ଥିଲେ। ରେଡ୍‌ ଜୋନ୍‌ ଗଞ୍ଜାମରେ ପୁଣି ଜମେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ସଂକ୍ରମିତଙ୍କ ସଂଖ୍ୟା ୮୪ରେ ପହଞ୍ଚିଛି। ଯାହା ରାଜ୍ୟରେ ସର୍ବାଧିକ। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଛି। ୬୮ ଜଣ ସୁସ୍ଥ ହୋଇଛନ୍ତି ଓ ୨ଜଣଙ୍କ ମୃତ୍ୟୁ ହୋଇଛି। ଏବେବି ରାଜ୍ୟରେ ୨୧୯ ଆକ୍ଟିଭ କେଶ ରହିଛନ୍ତି। ଏମାନେ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହାସହ ୧୯ଟି ଜିଲ୍ଲାରେ କରୋନା ବ୍ୟାପିଛି।


ସକାଳେ ୧୭ ଜଣ ଚିହ୍ନଟ ହେବା ପରେ ରାଜ୍ୟରେ ଚିହ୍ନଟ ହୋଇଥିଲେ। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ୧୨ ଜଣ, ସୁନ୍ଦରଗଡ଼ରୁ ଜଣେ ଓ ଭଦ୍ରକ ଜିଲ୍ଲାରୁ ଜଣେ, ମୟୂରଭଞ୍ଜରୁ ୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

You might also like