ଆଉ ୨ କରୋନା ପଜିଟିଭ ଚିହ୍ନଟ, ସ୍ୱାସ୍ଥ୍ୟକର୍ମୀ ବି ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଉ ୨ କରୋନା ପଜିଟିଭ ଚିହ୍ନଟ। ଗୁରୁତ୍ୱପୂଣ୍ଣ କଥା ହେଲା ଏଥିରେ ଜଣେ ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି। ଆକ୍ରାନ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ବୟସ ୨୨ ବର୍ଷ ଏବଂ ତାଙ୍ଗ ଘର କୋରାପୁଟର ଦଶମନ୍ତପୁରର ବୋଲି ଜଣାପଡ଼ିଛି। କୋରାପୁଟର ଏହା ପ୍ରଥମ କରୋନା କେସ୍। ସେ କୋଲକାତାରୁ ଫେରି କୋରାପୁଟରେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ। ତାଙ୍କ ନିକଟରେ କୌଣସି ଲକ୍ଷଣ ଦେଖାଦେଇନଥିଲା କିନ୍ତୁ ରିପୋର୍ଟ ପଜିଟିଭ ଆସିଛି।


ସେହିପରି ବାଲେଶ୍ୱରରୁ ମଧ୍ୟ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା୧୧୦କୁ ବୃଦ୍ଧି ପାଇଛି। କୋରାପୁଟରେ ଜଣେ ଆକ୍ରାନ୍ତ ଚିହ୍ନଟ ପରେ ଏବେ କରୋନା ଦକ୍ଷିଣ ଓଡ଼ିଶାକୁ ବି ବ୍ୟାପିଲା।

ଆଜି ସକାଳେ ବାଲେଶ୍ୱରରେ ମଧ୍ୟ ୫ ଜଣ କରୋନା ଚିହ୍ନଟ ହୋଇଥିଲେ। ଆଜି ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱରର ୨ ଆକ୍ରାନ୍ତ ସୁସ୍ଥ ହେବା ନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଏମାନଙ୍କୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୩୭ରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

IT ଛାତ୍ର ତିଆରି କଲେ ଦେଶୀ ଭେଣ୍ଟିଲେଟର

ପୁଣି ନିର୍ମାଣ ହେବ ପାଥରପୁରୀ ହଷ୍ଟେଲ ପାଚେରୀ

ପ୍ରବଳ ବର୍ଷିବ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଆସିପାରିଲାନି ଆମ୍ବୁଲାନ୍ସ, ଅଧା ବାଟରେ ପ୍ରସବ କଲେ ମହିଳା

ବରମୁଣ୍ଡା ବସ୍ ଷ୍ଟାଣ୍ଡ ହେବ ISBT

ଅଧ୍ୟାପକ ସ୍ୱାମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା IIC

ମହଙ୍ଗା ପଡ଼ିଲା କ୍ଷମତାର ଅପବ୍ୟବହାର: ଆଦିବାସୀଙ୍କ ଘର ଭାଙ୍ଗିଥିବା ମହିଳା ସରପଞ୍ଚ ନିଲମ୍ବିତ

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍, ୨ ମହିଳାଙ୍କ ସମେତ ଗ୍ରାହକ ଓ ହୋଟେଲ ମ୍ୟାନେଜର ଅଟକ

ସୁପ୍ରିମକୋର୍ଟ ଗଲେ ବର୍ଷା

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

You might also like