• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବେଲଗାମ ହେଲାଣି। ଦୈନିକ କରୋନା ସଂକ୍ରମଣ କ୍ରମାଗତ ଭାବେ ବଢି ଚାଲିଥିବାବେଳେ ମୃତ୍ୟୁ ସଂଖ୍ୟା ବି ଧୀରେ ଧୀରେ ବଢୁଛି। ଆଜି କରୋନାରେ ପୁଣି ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୧୦ ତାରିଖ ରାଜ୍ୟରେ କରୋନାରେ ୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବାବେଳେ ଆଜି ପୁଣି ଦୁଇଜଣ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୨୮ ଛୁଇଁଛି। ଆଜି ଆଖି ବୁଜିଥିବା ମୃତକ ୨ ଜଣ ନୂଆପଡା ଜିଲ୍ଲାର।

ସେହିପରି ୧୧ ତାରିଖ ମୃତ୍ୟୁ ବରଣ କରିଥିବା ଦୁଇଜଣଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡ଼ା ଓ ଅନ୍ୟଜଣେ ବଲାଙ୍ଗିର ଜିଲ୍ଲାର ଥିଲେ। ଏହା ପୂର୍ବରୁ ଅର୍ଥାତ୍‌ ୯ ତାରିଖ ମଧ୍ୟ ଜଣେ ଗଞ୍ଜାମ ଜିଲ୍ଲାର ଆକ୍ରାନ୍ତ ଆଖି ବୁଜିଥିଲେ।

ସୂଚନାଥାଉ କି, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧,୭୪୧ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୧,୦୧୫ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ୭୨୬ ରହିଛି। ସୁନ୍ଦରଗଡରେ ସର୍ବାଧିକ ୨୬୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପଛରେ ରହିଛି ଖୋର୍ଦ୍ଧା। ଏହି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨୦୪ ଜଣ ପଜିଟିଭ। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୫୧,୩୦୨ ହୋଇଥିବାବେଳେ ଆକ୍ଟିଭ କେସ ରହିଛି ୯,୨୫୯। ସେହିପରି ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୦ ହଜାର ୬୨ଜଣ।

ଦେଶରେ ମଧ୍ୟ କରୋନା ସ୍ଥିତି ବିଗିଡି ଯାଇଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧, ୬୮,୯୧୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୫ ଲକ୍ଷ ୨୭ ହଜାର ୭୧୭ ଛୁଇଁଛି। ଏହି ସମୟ ମଧ୍ୟରେ ଦେଶରେ ୯୦୪ ଜଣ କରୋନାରେ ଆଖି ବୁଜିଛନ୍ତି । ଆଜିର ମୃତକଙ୍କ ସଂଖ୍ୟା ମିଶିଲେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା  ୧ ଲକ୍ଷ ୭୦ ହଜାର ୧୭୯କୁ ବୃଦ୍ଧି ପାଇଛି। ଦେଶରେ  ଆକ୍ଟିଭ କେସ୍- ୧୨,୦୧,୦୦୯ ଥିବାବେଳେ ସୁସ୍ଥ ହୋଇଛନ୍ତି  ୧,୨୧,୫୬,୫୨୯ ଜଣ।

ବିଶେଷକରି ଦେଶରେ ଦିଲ୍ଲୀ, ଛତିଶଗଡ, ଉତ୍ତରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ ପରି ରାଜ୍ୟ ପ୍ରତିଦିନ ରେକର୍ଡ ଭାଙ୍ଗୁଛି।  ଛତିଶଗଡ ପରି ଛୋଟ ରାଜ୍ୟରୁ ଦୈନିକ ୧୦ ହଜାର ଆକ୍ରାନ୍ତ  ଚିହ୍ନଟ ହଉଛନ୍ତି। ମହାରାଷ୍ଟ୍ରରେ ୬୩୨୯୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଉତ୍ତରପ୍ରଦେଶରୁ ୧୫, ୨୭୬ ଜଣ, ଦିଲ୍ଲୀରୁ ୧୦, ୭୪୪ ଜଣ, ଛତିଶଗଡରୁ ୧୦,୫୨୧ ଜଣ, କର୍ଣ୍ଣାଟକରୁ ୧୦, ୨୫୦ ଜଣ ଚିହ୍ନଟ ହୋଇଛନ୍ତି।

https://youtu.be/HAoQGHgoLNo

 

2-more-corona-positive-died-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories