ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ୨ଜଣ ନାବାଳିକା

ବାଲେଶ୍ୱର : ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ୨ଜଣ ନାବାଳିକା। ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଚକୁଳିଅା ଗାଁରେ ଘଟିଛି ଏହି ଘଟଣା। ଗାଁର ଦୁଇ ଛାତ୍ରୀ ରାଇମଣି ବିନ୍ଧାଣୀ ଓ ବର୍ଜୁ ମୁର୍ମୁ ସ୍କୁଲରୁ ଫେରି ସାଙ୍ଗ ହୋଇ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ଜଣକ ଗୋଡ ଖସିଯିବାରୁ ଅନ୍ୟ ଜଣକ ତାକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା।

ତେବେ ଦୁଇ ଜଣ ପୋଖରୀରେ ବୁଡି ଯାଇଥିଲେ। ପାଖରେ ଥିବା ଜଣେ ମହିଳା ଏହା ଦେଖି ଅନ୍ୟମାନଙ୍କୁ କହିବା ପରେ ଦୁଇ ନାବାଳିକାଙ୍କୁ ଉଦ୍ଧାର କରି ରେମୁଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ତେବେ ସେଠାରେ ଦୁଇ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା।

You might also like