ସୋର ରେଳ ଷ୍ଟେସନରୁ ୨ ଜଣ ନାବାଳିକା ଉଦ୍ଧାର

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ରେଳ ଷ୍ଟେସନରୁ ୨ ଜଣ ନାବାଳିକାଙ୍କୁ ଉଦ୍ଧାର କରିଛି ପୁଲିସ। ଉଦ୍ଧାର ପରେ ସେମାନଙ୍କୁ କାରୁବାଇ କନ୍ୟାଶ୍ରମରେ ଛାଡ଼ିଛନ୍ତି । ଏହାପରେ ସେମାନଙ୍କୁ ଖଇରା ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି।

ଉଦ୍ଧାର ଦୁଇ ନାବାଳିକା ମୟୁରଭଞ୍ଜ ଜିଲ୍ଲାର ବୋଲି ଜଣାପଡ଼ିଛି। ଗତକାଲି ରାତିରେ ସୋର ଷ୍ଟେସନରେ କାନ୍ଦୁଥିବା ବେଳେ କିଛି ଲୋକେ ଏ ନେଇ ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲା।

You might also like