ସଇତାନ ପାଲଟିଲା ସର୍ଦ୍ଦାର : କାମ କରିବାକୁ ଯାଇ ପାରିଲେନି ବୋଲି ଦୁଇ ନାବାଳକଙ୍କୁ ନିର୍ଦ୍ଧୁମ ପିଟିଲା

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଦେହ ଖରାପ ହେବାରୁ ତାଙ୍କୁ ନିର୍ଦ୍ଧୁମ ମାଡ଼ ମାରିଲା ସୈତାନ୍ । କାମ କରି ପାରିବାକୁ ଯାଇପାରିଲେନି ବୋଲି ରାକ୍ଷସ ପାଲଟିଲା ମାଲିକ । ଦାନା ପାଇଁ ଦାଦନ ଯିବା, ଆଉ ଇଟାଭାଟିରେ ନିର୍ଯାତନା ପାଇବା ବଲାଙ୍ଗିର ଶ୍ରମିକ ମାନଙ୍କ ପାଇଁ ସାଧାରଣ କଥା । ପ୍ରତିଦିନ ସାମ୍ନାକୁ ଆସୁଛି ଦାରିଦ୍ର୍ୟର ଏପରି କରୁଣ କାହାଣୀ । କେତେବେଳେ ଇଟାଭାଟିରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ଶୋଷଣ, ତ ଆଉ କେତେବେଲେ କାମ ପାଇଁ ମରଣାନ୍ତକ ଆକ୍ରମଣର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି । ଏବେ ସାମ୍ନାକୁ ଆସିଛି ଆନ୍ଧ୍ରା ଇଟାଭାଟିର ଏପରି ଏକ ଭିଡିଓ । ଯାହା ଦେଖିଲେ ଯେକେହି ବି କହିବ କେତେ ସୈତାନ ଏ ଦାଦନ ସର୍ଦ୍ଦାର ।  ମଧ୍ୟଯୁଗୀୟ ମାନସିକତାରେ ଦାଦନ ଶ୍ରମିକକୁ କ୍ରୀତଦାସ ଭଳି ବ୍ୟବହାର କରାଯାଉଛି ।

ଦାଦନ ସର୍ଦ୍ଦାର ନିର୍ଦ୍ଦୟ ଭାବେ ପ୍ରହାର କରୁଛି ଦୁଇଜଣ ନାବାଳକ ଶ୍ରମିକଙ୍କୁ । ଅଭଦ୍ର ଭାଷାରେ ଗାଲିଗୁଳଜ କରୁଛି । ଦେହ ସାରା ପ୍ରହାର କରିଚାଲିଛି । ଜଣେ ନୁହେଁ, ଦୁଇଜଣ ନାବାଳକଙ୍କୁ ମରଣାନ୍ତକ ଆକ୍ରମଣ କରିଛି । ଦୋଷ ଏତିକି ଦେହ ଖରାପରୁ କିଛି ଦିନ ଏମାନେ କାମ କରିପାରୁନଥିଲେ । ତେଣୁ ଇଟାଭାଟି ମାଳିକ କଣ୍ଟାବାଞ୍ଜିରୁ ଶ୍ରମିକ ପଠାଇଥିବା ସର୍ଦ୍ଦାରକୁ ଡକାଇଥିଲା । ଆଉ ସର୍ଦ୍ଦାର ସେଠାରେ ପହଞ୍ଚିବା ପରେ ସେମାନଙ୍କୁ ଅକଥନୀୟ ନିର୍ଯାତନା ଦେଇଥିଲା ।   ଆଉ ତାପରେ ଆରମ୍ଭ ହୋଇ ଯାଇଥିଲା ମଧ୍ୟଯୁଗୀୟ ଅତ୍ୟାଚାର । ସତେ ଯେମିତି ସେମାନେ ଶ୍ରମିକ ନୁହନ୍ତି, କ୍ରୀତଦାସ । ହାତ ଯୋଡିକି ହାରି ଗୁହାରି କଲେ ବି, ଶୁଣୁନି । ଜହ୍ଳାଦ ଭଳିଆ ବ୍ୟବହାର କରୁଛି ।

ମାଡ ମାରିଥିବା ସର୍ଦ୍ଦାର ଜଣଙ୍କ କଣ୍ଟାବାଞ୍ଚିର ରାଜା ଖାନ୍ । ତାଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି । ନାବାଳକଙ୍କୁ ନିର୍ଯାତନା ପ୍ରସଙ୍ଗରେ ଦାଦନ ସର୍ଦ୍ଦାର କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ  । କିନ୍ତୁ ଘଟଣାକୁ ଗୁରୁତର ସହ ନେଇଛନ୍ତି ଜିଲ୍ଳା ଶିଶୁ ମଂଗଳ କମିଟୀର ଅଧ୍ୟକ୍ଷ । ଘଟଣା ତଦନ୍ତ କରି ସର୍ଦ୍ଦାର ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁ ଷ୍ଠାନ ନେବା ପାଇଁ ଦାବୀ କରିଛନ୍ତି ଜିଲ୍ଳା ସିଡବ୍ଲୁସି ଅଧ୍ୟକ୍ଷ ।

ତେବେ ଏହା ପ୍ରଥମ ଘଟଣା ନୁହେଁ, କିଛି ଦିନ ତଳେ ହୋଲି ଦିନ ତେଲେଙ୍ଗାନା ରାଜ୍ୟ କରିମନଗର ଜିଲ୍ଳାର ଏକ ଇଟାଭାଟିରେ ଘଟିଥିଲା ଆଉ ଏକ ଘଟଣା । ଇଟାଭାଟିରେ କାମ କରୁଥିବା ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ସ୍ଥାନୀୟ ତିନି ଜଣ  ଡ୍ରାଇଭର ଘଣ୍ଟା ଘଣ୍ଟା ଧରି ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଥିଲା  ।

You might also like