ବନ୍ଧୁକ ମୁନରେ ବ୍ୟାଙ୍କରୁ ୨୦ଲକ୍ଷ ଲୁଟ୍‌

ଜଳେଶ୍ୱର: ଦିନକୁ ଦିନ ରାଜ୍ୟରେ ବ୍ୟାଙ୍କ ଲୁଟ୍ ବଢ଼ିବାରେ ଲାଗିଛି। କେତେବେଳେ ଖେଳନା ବନ୍ଧୁକ ଦେଖାଇ ଲୁଟେରା ଟଙ୍କା,ସୁନା ଗହଣା ଲୁଟୁଛି ତ ଆଉ କେତେବେଳେ ଭୁଜାଲି ଦେଖାଇ ଲୁଟୁଛି। ଆଜି ସେହିଭଳି ଏକ ବ୍ୟାଙ୍କ ଲୁଟ୍ ହୋଇଛି।

ଭୋଗରାଇ ବ୍ଲକ ଚୌକି ସ୍ଥିତ ୟୁକୋ ବ୍ୟାଙ୍କ ଶାଖାରୁ ଏହି ଲୁଟ୍ ହୋଇଛି। ଲୁଟେରା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ପ୍ରାୟ ୨୦ ଲକ୍ଷ ଟଙ୍କା ଲୁଟିନେଇଛନ୍ତି। ଛଅ ଜଣ ଯୁବକ ଏହି ଲୁଟ୍ ସହ ଜଡ଼ିତ ଥିବା ଜଣାପଡ଼ିଛି।

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ମୁତାବକ ପାଞ୍ଚ ଜଣ ଯୁବକ ବ୍ୟାଙ୍କ ଭିତରକୁ ପ୍ରଥମେ ପ୍ରବେଶ କରିଥିଲେ। ତା ପରେ ବନ୍ଧୁକ ଓ ଭୁଜାଲି ଦେଖାଇ କର୍ମଚାରୀଙ୍କୁ ଭୟଭୀତ କରିଥିଲେ। ଜଣେ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ରଖି ମ୍ୟାନେଜରଙ୍କୁ ଲକର୍‌ ଚାବି ମାଗିଥିଲେ। ତାଙ୍କଠାରୁ ଲକର୍‌ ଚାବି ନେଇ ସୁନା ଓ ଟଙ୍କା କାଢ଼ିଥିଲେ। ସେ ସବୁ ନେଇ ଲୁଟେରାମାନେ ୨ଟି ବାଇକରେ ଚମ୍ପଟ୍ ମାରିଥିଲେ।

ଆହୁରି ପଢ଼ନ୍ତୁ

ବିଜୁଳି ଦର ବୃଦ୍ଧି ପ୍ରତିବାଦ: ଆଜି ୧୫ ମିନିଟ୍‌ ପାଇଁ ଲାଇଟ୍‌ ବନ୍ଦ କରିବାକୁ ଆହ୍ୱାନ

କରୋନାରୁ ସୁସ୍ଥ ହେବାପରେ କ’ଣ କରିବେ?

୪୩.୫% କମିଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା

ଆଜି ଅବପାତର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

You might also like