ଟଳିଲେ ୨ ମାଓବାଦୀ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ କ୍ୟାଡର୍‌ ମାଓବାଦୀ ବର୍ଗିଜ୍ ରହିଥିବା ବେଳେ ଅନ୍ୟ ଜଣେ ମହିଳା ମାଓବାଦୀ ଥିବା ସୂଚନା ମିଳିଛି।

କୁଆକୋଣ୍ଡା ଜଙ୍ଗଲରେ ପୁଲିସ୍‌ ସହ ଗୁଳି ବିନିମୟ ବେଳେ ଏହି ଦୁଇ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ପୁଲିସ୍‌ ୨ଟି ବନ୍ଧୁକ ଜବତ କରିଛି।

ବିଜେପି ବିଧାୟକ ଭୀମା ମାଣ୍ଡବି ଓ ଅନ୍ୟ ୫ଜଣ ସୁରକ୍ଷାକର୍ମୀଙ୍କ ହତ୍ୟା ଘଟଣାରେ ବର୍ଗିଜ୍‌ର ସମ୍ପୃକ୍ତି ଥିବା ସୂଚନା ମିଳିଛି।

You might also like