ଏନକାଉଣ୍ଟରରେ ୨ ମାଓବାଦୀ ସଫା

କନ୍ଧମାଳ: ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ମାଓବାଦୀ ମୃତ। କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଅଞ୍ଚଳରେ ପୋଲିସ ସହ ମୁହାଁମୁହିଁ ବେଳେ ୨ ମାଓବାଦୀ ନିହତ ହୋଇଥିବା ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ। ନକ୍ସଲଙ୍କ ଉପସ୍ଥିତି ସୂଚନା ପାଇ ପୋଲିସ ତୁରନ୍ତ ଅପରେସନ ଆରମ୍ଭ କରିଥିଲା। ଉଭୟ ଓଡ଼ିଶା ପୋଲିସର ଏସ୍ଓଜି ଏବଂ ଡିଭିଏଫ୍ ମିଳିତ ଅପରେସନରେ ଯାଇଥିବାବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲା।

ପୋଲିସକୁ ଦେଖି ନକ୍ସଲ ପ୍ରଥମେ ଗୁଳି ଚଳାଇବାରୁ କଡ଼ା ଜବାବ ଦିଆଯାଇଥିଲା। ଗୁଳି ବିନିମୟ ଥମିବା ପରେ ସେଠାରୁ ୨ଜଣ ନକ୍ସଲଙ୍କ ମୃତଦେହ ମିଳିଥିଲା। ସେମାନଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ମାଓବାଦୀ ଅଛନ୍ତି। ଘଟଣାସ୍ଥଳରୁ ଗୋଟିଏ ଇନ୍ସାସ ଓ ଗୋଟିଏ କାର୍ବାଇନ ରାଇଫଲ ମିଳିଛି।

ଏହି ଅବସରରେ ନକ୍ସଲଙ୍କୁ ମୁଖ୍ୟ ସ୍ରୋତକୁ ଫେରିବାକୁ ପୁଣି ଥରେ ଅପିଲ କରିଛନ୍ତି ଡିଜିପି ଅଭୟ। ଅସ୍ତ୍ର ତ୍ୟାଗ କରି ମୁଖ୍ୟସ୍ରୋତକୁ ଆସନ୍ତୁ, ସରକାରଙ୍କ ଭଲ ଥଇଥାନ ଯୋଜନା ରହିଛି ବୋଲି କହିଛନ୍ତି ଡିଜିପି। ପୂର୍ବରୁ ଗତ ୫ ତାରିଖରେ ମଧ୍ୟ କନ୍ଧମାଳର ତୁମୁଡିବନ୍ଧ ଅଂଚଳରେ ୪ କ୍ୟାଡର ମାଓବାଦୀଙ୍କୁ ଏନକାଉଣ୍ଟର କରିଥିଲା ପୋଲିସ।

You might also like