ମାଓବାଦୀ ସଙ୍ଗଠନ ନାମରେ ଚାନ୍ଦା ଆଦାୟ ଅଭିଯୋଗରେ ଦୁଇ ଗିରଫ

ରାୟଗଡ଼ା: ନକଲି ମାଓବାଦୀ ସାଜି ମାଓ ସଙ୍ଗଠନ ନାମରେ ଦାଦାବଟି ଆଦାୟ କରୁଥିବା ଦୁଇ ଜଣଙ୍କୁ ପୁଲିସ୍‌ ଗିରଫ କରିଛି। ଏହିଭଳି ଘଟଣା ରାୟଗଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି। ପୁଲିସ୍‌ ତଦନ୍ତ କରିଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି।
ଗିରଫ ନକଲି ମାଓବାଦୀଙ୍କୁ କୋର୍ଟରେ ହାଜର କରାଯାଇଛି।

ମାଓ ସଙ୍ଗଠନ ନାମରେ ସଂପୃକ୍ତ ଯୁବକମାନେ ଜଣେ ଠିକାଦାରଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଦାବି କରିଥିଲେ। ଏହି ଘଟଣାରେ ପୂର୍ବରୁ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିବାରେ ରାୟଗଡ଼ା ଟାଉନ୍‌ ପୁଲିସ୍‌ ସଫଳ ହୋଇଛି।

ଗିରଫ ଯୁବକମାନେ ହେଲେ ରାୟଗଡ଼ା କସ୍ତୁରୀନଗରର କେ.ମାଧବ ରାଓ, ଜେ.କେ ପୁରର ଭି. ଜଗନ୍ନାଥ। ନକ୍ସଲ ନେତା ଚଳପତି ନାମରେ ଏମାନେ ଅର୍ଥ ଆଦାୟ କରୁଥିବା ପୁଲିସ୍‌ ଜାଣିବାକୁ ପାଇଛି।

You might also like