ବିଜେଡି ବିଧାୟକ ପ୍ରାର୍ଥୀଙ୍କ ଗାଡ଼ିରୁ ଜବତ ହେଲା ଦୁଇ ଲକ୍ଷ ଟଙ୍କା

ଧର୍ମଗଡ଼: ରାଜ୍ୟରେ ନିର୍ବାଚନୀ ମାହୋଲ ଚାଲୁଥିବାରୁ ବିଭିନ୍ନ ଆଡ଼ୁ ଟଙ୍କା ଓ ମଦ ଜବତ ହେଉଥିବା ବେଳେ ଆଜି ଖୋଦ୍‌ ଶାସକ ଦଳର ବିଧାୟକ ପ୍ରାର୍ଥୀଙ୍କ ଗାଡ଼ିରୁ ୨ ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ଲାଞ୍ଜିଗଡ଼ର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କ କାରରୁ ଏହି ମୋଟା ଅଙ୍କର ଅର୍ଥରାଶି ଜବତ ହୋଇଛି।

ଜୟପାଟଣାରେ ପ୍ରଦୀପଙ୍କ କାର୍‌ରୁ ଏହି ଟଙ୍କା ଜବତ କରିଛି ଫ୍ଲାଇଂ ସ୍କ୍ୱାଡ୍। ତେବେ ଏହି ଟଙ୍କା କେଉଁଠୁ ଆସିଲା ସେ ନେଇ ପୁଲିସ୍‌ ଅଧିକ ପଚରାଉଚରା ଜାରି ରଖିଛି। ଗାଡ଼ିରେ ପ୍ରଦୀପଙ୍କ ସହ ଆଉ ୪ ଜଣ ଥିବା ସୂଚନା ମିଳିଛି।

 

You might also like