ରାଜ୍ୟରେ ଆଜି ପହଞ୍ଚିଲା ୨ ଲକ୍ଷ ଟିକା

ପହଞ୍ଚିଲା ଭ୍ୟାକ୍ସିନ୍‌

ଭୁବନେଶ୍ୱର: ରାଜ୍ୟରେ ଆଜି ୨ ଲକ୍ଷ କୋଭିସିଲ୍ଡ ଟିକା ପହଂଚିଥିବା ସୂଚନା ମିଳିଛି । ଏହି ଟିକା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି। ଏହି ଟିକାକୁ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପଠାଯିବ ବୋଲି ଜଣାପଡିଛି। ଗୋଟିଏ ପଟେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଟିକାକରଣକୁ ଜୋରଦାର କରିବାରୁ ସରକାର ଗୁରୁତ୍ୱ ଦେଉଛନ୍ତି। ଆଉ ଏହାରି ମଧ୍ୟରେ କେନ୍ଦ୍ର ସରକାର ରାଜ୍ୟକୁ ଟିକା ପଠାଇଛନ୍ତି। ତେବେ ରାଜ୍ୟରେ ଟିକାର ଅଭାବ ନେଇ ଅନେକ ସ୍ଥାନରେ ଟିକାକରଣ ବନ୍ଦ ହୋଇଥିଲା। ରାଜ୍ୟରେ ପ୍ରାୟ ୧ ହଜାର ଟିକା କେନ୍ଦ୍ର ବନ୍ଦ ରହିଥିଲା । ବିଶେଷ ଭାବେ ରାଜ୍ୟରେ ୪୨୭ ଟି ଟିକାକରଣ କେନ୍ଦ୍ରରେ ଟିକାଦାନ ଚାଲିଥିବା ବେଳେ ୮ ଟି ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା । ଆଉ ଟିକା ଲାଗି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସରକାର। ଆଉ ଆଜି ଟିକା ଆସି ରାଜ୍ୟରେ ପହଞ୍ଚିଛି। ପୁଣି ଥରେ ରାଜ୍ୟରେ ସ୍ୱାଭାବିକ ଭାବରେ ଟିକାକରଣ ଚାଲିବ ବୋଲି ଆଶା ରହିଛି।

You might also like