ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

ଭୁବନେଶ୍ୱର: ଭୁବନେଶ୍ୱର ଟଙ୍କପାଣି ରୋଡ୍ ଅଞ୍ଚଳରେ ଆଜି ଏକ ଅଘଟଣ ଘଟିଛି। ସ୍ୱେରେଜ୍‌ କାମ ଚାଲି ଥିବାବେଳେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

‌ଆଜି ସକାଳେ ସ୍ୱେରେଜ୍‌ କାମରେ ଲାଗିଥିବା ଶ୍ରମିକଙ୍କ ମଧ୍ୟରୁ ଦୁଇ ଜଣ କାମ କରିବାକୁ ଭିତରକୁ ଓହ୍ଲାଇଥିଲେ। ତେବେ ଏହି ସମୟରେ କୌଣସି ଅଘଟଣ ଘଟି ଶ୍ୱାସରୁଦ୍ଧ ହୋଇଥିଲା। ଫଳରେ ଭିତରୁ ଆଉ ବାହାରକୁ ବାହାରି ପାରିନଥିଲେ ଶ୍ରମିକମାନେ। ତୁରନ୍ତ ଏ ସମ୍ପର୍କରେ ଅଗ୍ନିଶମବାହିନୀକୁ ଖବର ଦିଆଯାଇଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲ୍‌ ନିଆଯାଇଥିଲା। ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

You might also like