ବୋମା ତିଆରି ବେଳେ ବ୍ଲାଷ୍ଟ୍‌, ୨ ମୃତ

ଦେବଗଡ଼: ବୋମା ତିଆରି ବେଳେ ବିସ୍ଫୋରଣ ଘଟିବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଦେବଗଡ଼  ଥାନା ଅନ୍ତର୍ଗତ କଲାଣ୍ଟିଚିଲାଣ୍ଡିଖୋଳ ଗାଁରେ ଗତକାଲି ରାତିରେ ଏହି ଅଘଟଣ ଘଟିଛି। ୨ ମୃତକଙ୍କ ଘର ରିଆମାଳ ଥାନା ଅନ୍ତର୍ଗତ କନସର ଗାଁରେ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଏମାନେ ସମ୍ପର୍କୀୟଙ୍କ ଘରକୁ ଯାଇ ବୋମା ପ୍ରସ୍ତୁତ କରୁଥିଲେ। ଏହି ସମୟରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୨ଜଣଙ୍କ ମୃତ୍ୟୁ ଘଟିଥିଲା।‌

ଜନ୍ତୁ ଶିକାର ପାଇଁ ବୋମା ପ୍ରସ୍ତୁତ ବେଳେ ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି।

You might also like