ପୁଲିସ୍‌ ଭ୍ୟାନ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା; ୨ ମୃତ, ୩୦ରୁ ଅଧିକ ଆହତ

ଝାରସୁଗୁଡ଼ା: ପୁଲିସ୍‌ ଭ୍ୟାନ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା। ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ପୁଲିସ୍‌ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଊର୍ଦ୍ଧ୍ୱ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି। ଆହତ ପୁଲିସ୍‌ କର୍ମଚାରୀଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଆହତଙ୍କୁ ବେଲପାହାଡ଼ ଟିଆର୍‌ଏଲ୍ ହସ୍‌ପିଟାଲ୍ ଓ ମଣ୍ଡଳିଆ ସ୍ଥିତ MCL ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୬ଟା ବେଳେ ଏହି ଦୁର୍ଘଟଣା ଘଟିଛି। ବେଲପାହାଡ଼ର ଏକ ପେଟ୍ରୋଲ୍ ପମ୍ପ ନିକଟରେ ଏନ୍‌ଏଚ୍‌-୪୯ରେ ଟ୍ରକ୍‌ ସହ ପୁଲିସ୍‌ ଭ୍ୟାନ୍‌ଟିର ମୁହାଁମୁହିଁ ଧକ୍କା ହୋଇଥିଲା।

ଭ୍ୟାନ୍‌ରେ ପ୍ରାୟ ୪୦ ଜଣ ପୁଲିସ୍ କର୍ମଚାରୀ ଥିଲେ। ସମସ୍ତ ପୁଲିସ୍‌ କର୍ମଚାରୀ ଝାରସୁଗୁଡ଼ା ଓଏସ୍‌ଏପି ସେକେଣ୍ଡ ବାଟାଲିଅନ୍‌ର। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେମାନେ ଝାରସୁଗୁଡ଼ା ସ୍ଥିତ ବନହରପାଲି ଯାଉଥିବା ବେଳେ ଭ୍ୟାନ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

You might also like