ଦଶାହରେ ଯୋଗ ଦେବାକୁ ଯାଉ ଥିବାବେଳେ ଘାଟିରେ ଓଲଟିଲା ଅଟୋ

ଉମରକୋଟ: ଜଣେ ସମ୍ପର୍କୀୟଙ୍କ ଦଶାହରେ ଯୋଗ ଦେବାକୁ ଯାଉଥିବା ବେଳେ ଘାଟିରେ ଅଟୋ ଓଲଟି ପଡ଼ିବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୧୫ରୁ ଅଧିକ ଆହତ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା ଉମରକୋଟ ଚନ୍ଦାହାଣ୍ଡି ଘାଟିରେ ଏହି ଦୁର୍ଘଟଣା ଘଟିଛି।

ଆହତଙ୍କ ମଧ୍ୟରେ ୩ରୁ ୪ ଜଣ ଶିଶୁ ଥିବା ଜଣାପଡ଼ିଛି। କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି। ଆହତଙ୍କୁ ଝରିଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

You might also like