କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ରଘୁନାଥପୁର ରେଲ୍ୱେ ଓଭର ବ୍ରିଜ୍ ନିକରେ ସଡ଼କ ଦୁର୍ଘଟଣାରେ ୨ ଜଣକର ମୃତ୍ୟୁ ଘଟିଛି। ମୃତକ ଦୁହେଁ ହେଲେ ହରିଚନ୍ଦନପୁର ବରେଇଗୋଡ଼ ନର୍ଦାଙ୍ଗିପେଣ୍ଠର ରାଜୁ ମହାରଣା ଓ ହେମନ୍ତ ଦେହୁରୀ।
ସୂଚନା ଅନୁସାରେ, ରାଜୁ ଓ ହେମନ୍ତ ଦୁହେଁ ଗତ ସନ୍ଧ୍ୟାରେ ବାଇକ୍ରେ ଘଟଗାଁ ଯାଉଥିଲେ। ଦ୍ରୁତ ଗତିରେ ଥିବା ସେମାନଙ୍କର ବାଇକ୍ ଭାରସାମ୍ୟ ହରାଇ ରେଲ୍ୱେ ଓଭର ବ୍ରିଜ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ରାଜୁଙ୍କର ମୃତ୍ୟୁ ହୋଇଥିବା ବେଳେ ହେମନ୍ତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା।
ତେବେ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ହେମନ୍ତଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି।