ଆଈ ଓ ନାତୁଣୀକୁ ଦଳି ଦେଲା ହାତୀ

ବାରିପଦା : ହାତୀ ଆକ୍ରମଣରେ ଆଈନାତୁଣୀ ମୃତ, ଆଉ ଜଣେ ଗୁରୁତର । ଏହିପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ରେଞ୍ଜ ଅଂଚଳ ଦୁଧକୁଣ୍ଡି ଗାଁ ନିକଟ ଜଙ୍ଗଲରେ । ଆଜି ସକାଳ ସମୟରେ ଦୁଧକୁଣ୍ଡି ଗାଁର କିଛି ମହିଳା ନିକଟ ଜଙ୍ଗଲକୁ କାଠ ଆଣିବା ପାଇଁ ଯାଇଥିଲେ । ସେହି ସମୟରେ ତାଙ୍କ ଉପରେ ୪ ଦଳିଆ ବଣୁଆ ହାତୀ ଆକ୍ରମଣ କରିଥିଲେ ।

ଫଳରେ ଘଟଣାସ୍ଥଳରେ ନାତୁଣୀ ମେଘନା ବିନ୍ଧାଣି ( ୮ ବର୍ଷ ) ଏବଂ ଆଇ କାନ୍ଦିରି ମୁର୍ମୁ (୪୫ବର୍ଷ )ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଏବଂ ପାଖରେ ଥିବା ମୃତକ ମେଘନାଙ୍କ ମା ଧାନୀ ବିନ୍ଧାଣି ( ୩୦ ବର୍ଷ ) ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଏବେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । । ଗ୍ରାମବାସୀ ଖବର ପାଇ ବନ ବିଭାଗକୁ ଜଣାଇଥିଲେ । ଅନ୍ୟପଟେ ସୂଚନା ପାଇବା ପରେ ବନ ବିଭାଗ ଟିମ ଓ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି ।

ସେପଟେ ଚମ୍ପୁଆ ରେଞ୍ଜ ଅଞ୍ଚଳରେ ଫସଲ ନଷ୍ଟ କରିବା ସହ ଲୋକଙ୍କୁ ନାକେଦମ୍ କରିଦେଲେଣି ହାତୀପଲ । ଆଜକୁ ୪ ଦିନ ହେବ ବିଭିନ୍ନ ଗ୍ରାମରେ ହାତୀପଲ ପଶି ଉତ୍ପାତ କରୁଥିବା ବେଳେ ହାତୀ ଭୟରେ ଲୋକେ ଉଜାଗର ରହୁଛନ୍ତି । ଗତକାଲି ସନ୍ଧ୍ୟା ସମୟରେ ଜଙ୍ଗଲରୁ ବାହାରି ଟୁଣୁଟୁଣା ଓ କ।ଟୁଳିକେନା ଗ୍ରାମରେ ଖରାଟିଆ ଧାନ ଫସଲ ନଷ୍ଟ କରିଦେଇଛନ୍ତି ହାତୀପଲ ।

You might also like