କାଳ ହେଲା କି ଓଭର୍‌ଟେକ୍‌? ଯବାନ ଓ ହୋମ୍‌ଗାର୍ଡ ମୃତ

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା କୋକସରା ନିକଟରେ ଏକ ବସ୍‌କୁ ଓଭର୍‌ଟେକ୍‌ କଲା ବେଳେ ଭାରସାମ୍ୟ ହରାଇ ତଳେ ଖସି ପଡ଼ିବା ଫଳରେ ଜଣେ ଆଇଆର୍‌ବି ଯବାନ ଓ ଜଣେ ପୁଲିସ୍ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଆଉ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି।

ମୃତକ ଦ୍ୱୟ ହେଲେ ମୋଟେର ଫାଣ୍ଡିର ହୋମ୍‌ଗାର୍ଡ ପୂର୍ଣ୍ଣ ନାଏକ ଓ ଆଇଆର୍‌ବି ଯବାନ କ୍ଷୀରସିନ୍ଧୁ ଧରୁଆ। ଆହତ ପିଣ୍ଟୁ ପଟ୍ଟନାୟକଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, କ୍ଷୀରସିନ୍ଧୁ କୋରାପୁଟରେ କାର୍ଯ୍ୟ କରନ୍ତି। ନୂଆଁଖାଇ ପାଇଁ ସେ ନିଜ ଗାଁ ଜୟପାଟଣାକୁ ଆସିଥିଲେ। ଗତକାଲି ସେ କୋକସରା ଗାଁକୁ ତାଙ୍କର ସାଙ୍ଗ ପିଣ୍ଟୁଙ୍କୁ ଦେଖା କରିବାକୁ ଯାଇଥିଲେ। ଉଭୟ ବନ୍ଧୁ କୋକସରା ଥାନା ସମ୍ମୁଖରେ କଥା ହେଉଥିବା ସମୟରେ ପୂର୍ଣ୍ଣ ସେଠାରେ ପହଞ୍ଚିଥିଲେ। ପୂର୍ଣ୍ଣଙ୍କୁ କୋକସରାରୁ ମୋଟେର ଆସିବାର ଥିଲା। ହେଲେ ସେ ଯେଉଁ ବସ୍‌ରେ ଯିବାକୁ ବାହାରିଥିଲେ, ତାହା ଅତିକ୍ରମ କରି ଯାଇଥିଲା। ତେଣୁ ସେ କ୍ଷୀରସିନ୍ଧୁ ଓ ପିଣ୍ଟୁଙ୍କୁ ବାଇକ୍‌ରେ ନେଇ ଉକ୍ତ ବସ୍‌ରେ ଛାଡ଼ି ଦେବାକୁ କହିଥିଲେ। ତିନି ଜଣ ଯାକ ବାଇକ୍‌ରେ ବସ୍‌ର ପିଛା କରି ଏହାକୁ ଓଭର୍‌ଟେକ୍‌ କରୁଥିବା ବେଳେ ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲେ। ଘଟଣାସ୍ଥଳରେ ପୂର୍ଣ୍ଣ ଓ କ୍ଷୀରସିନ୍ଧୁଙ୍କ ମୃତ୍ୟୁ ଘଟିଥିଲା।

ପିଣ୍ଟୁଙ୍କୁ ଏବେ କୋକସରା ଡାକ୍ତରଖାନାରେ ଚିକତ୍ସାଧୀନ ଅଛନ୍ତି।

ଅନ୍ୟପକ୍ଷରେ ଦୁର୍ଘଟଣା ପରେ କୋକସରାରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରି ରାସ୍ତାରୋକ କରିଛନ୍ତି।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like