ମାନସିକ ବିକୃତ ଯୁବକର ପଥରମାଡ଼ରେ ୨ଜଣଙ୍କ ମୃତ୍ୟୁ

ନୟାଗଡ଼: ମାନସିକ ବିକୃତ ଯୁବକର ଉନ୍ମତ୍ତକାଣ୍ଡ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବଜାରରେ ମାନସିକ ଭାରସାମ୍ୟ ହରାଇଥିବା ଜଣେ ଯୁବକର ପଥରମାଡ଼ରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଥିସହ ଯୁବକଙ୍କ ପଥର ମାଡ଼ରେ ଓଡ଼ଗାଁ ଥାନା ଆଇଆଇସିଙ୍କ ସମେତ ୩ରୁ ଅଧିକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଆଜି ସକାଳେ ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ, ଓଡ଼ଗାଁ ବଜାରରେ ଏକ ମାନସିକ ବିକୃତ ଯୁବକ ହଠାତ୍‌ ଲୋକଙ୍କ ଉପରକୁ ପଥର ଫିଙ୍ଗିବା ସହ ଠେଙ୍ଗାରେ ଆକ୍ରମଣ ମଧ୍ୟ କରିଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଜଣେ ପ୍ରାଣ ହରାଇଛନ୍ତି।

ଅନ୍ୟପଟେ, ଯୁବକକୁ ଧରିବାକୁ ଯାଇଥିବା ବେଳେ ଓଡ଼ଗାଁ ଆଇଆଇସି ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଉକ୍ତ ଯୁବକ ଜଣେ ମାନସିକ ବିକୃତ। ଗତ ୩ ଦିନ ହେଲା ଯୁବକ ଜଣକ ଉକ୍ତ ଅଞ୍ଚଳରେ ଉତ୍ପାତ ଚଳାଇଥିଲେ।

ଉକ୍ତ ଯୁବକଙ୍କୁ ଧରିବା ପାଇଁ ନୟାଗଡ଼ ପୁଲିସ୍‌ ଓ ଶରଣକୁଳ ପୁଲିସ୍‌ ଉଦ୍ୟମ ଚଳାଇଛି।

You might also like