ପଛକୁ ପଛ ପିଟିହେଲା ଗାଡ଼ି, ଚାଲିଗଲା ଆୟୂଷ ଡାକ୍ତରଙ୍କ ଜୀବନ

ବାରିପଦା(ମାଣିକ ଲାଲ୍‌ ପାଣି): ମୟୂରଭଞ୍ଜ ଜିଲ୍ଲା ୧୮ ନମ୍ବର ଜାତୀୟ ରାଜପଥ କୁଳିଅଣା ଥାନା ଅନ୍ତର୍ଗତ ବାଇଗଣ ବାଡିଆ ଛକ ନିକଟରେ ସିରିଜ୍ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଛନ୍ତି। ଗତକାଲି ରାତି ପ୍ରାୟ ସାଢ଼େ ୮ଟା ସମୟରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ପ୍ରଥମେ ଜଣେ ସାଇକେଲ୍‌ ଆରୋହୀଙ୍କୁ ବାଇକ୍ ଆରୋହୀ ଧକ୍କା ଦେବା ପରେ ରାସ୍ତା ଉପରେ ଉଭୟ ସାଇକେଲ ଓ ବାଇକ୍ ଆରୋହୀ ଛିଟିକି ହୋଇ ପଡ଼ିଥିଲେ। ଏହା ଦେଖି ପଛରେ ଆସୁଥିବା ଏକ ଡମ୍ପର ବ୍ରେକ୍ ମାରିବାରୁ ଡମ୍ପର ପଛରେ ଆସୁଥିବା ଆଉ କିଛି ବାଇକ୍ ବି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ସାଇକେଲ ଆରୋହୀଙ୍କ ସମେତ ୪ ଜଣ ଆହତ ହୋଇଥିଲେ। ଆହତଙ୍କୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨ ମୃତକଙ୍କ ମଧ୍ୟରୁ ଜଣେ ମୃତକଙ୍କ ପରିଚୟ ମିଳିପାରିଥିବା ବେଳେ ଆଉ ଜଣେ ମୃତକଙ୍କ ପରିଚୟ ମିଳିପାରି ନାହିଁ। ମୃତକଙ୍କ ମଧ୍ୟରେ କୁଳିଅଣା ଡାକ୍ତରଖାନାରେ ଆୟୂଷ ଡାକ୍ତର ଭାବେ କାର୍ଯ୍ୟ କରୁଥିବା ରାମଚନ୍ଦ୍ର ହେମ୍ବ୍ରମ ଅଛନ୍ତି। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

You might also like