• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଫୁଲବାଣୀ: ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ପଟେଲ୍‌ ବସ୍‌ ଆଜି ଭାରାସାମ୍ୟ ହରାଇ ଗଞ୍ଜାମ-କନ୍ଧମାଳ କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟରେ ଓଲଟି ପଡ଼ିବାରୁ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଛି। ମୃତକ ଦ୍ୱୟ ହେଲେ ବୁଗୁଡ଼ାର ଚିତ୍ତରଞ୍ଜନ ସେଠୀ ଓ ସନ୍ତୋଷ ସେଠୀ।

ଚିତ୍ତରଞ୍ଜନଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସନ୍ତୋଷଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆମ୍ୱୁଲାନ୍ସରେ ଭଞ୍ଜନଗର ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଉଥିଲା। କିନ୍ତୁ ଅଧାରାସ୍ତାରେ ତାଙ୍କର ମୃତ୍ୟୁ ହୋଇଛି।

ତେବେ ବସ୍‌ ଭିତରେ ଫସି ରହିଥିବା ଅନ୍ୟ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ସେଥିରେ ୪ ଜଣ ମହିଳା ଓ ୨ ଜଣ ପିଲା ଅଛନ୍ତି। ସମସ୍ତଙ୍କର ସ୍ୱାସ୍ଥ୍ୟ ଠିକ୍‌ ଥିବା ଜଣାପଡ଼ିଛି।

କରୋନା ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଥିବା ଯୋଗୁ ଜରାଟର ସୁରତରେ ଫସିରହିଥିବା ଗଞ୍ଜାମ ଜିଲ୍ଲାର ୬୦ରୁ ଅଧିକ ପ୍ରବାସୀ ଓଡ଼ିଆ ନମ୍ବର GJ 18X 2693  ବସ୍‌ ଘରକୁ ଫେରୁଥିଲେ।

ବସ୍‌ଟି ଫୁଲବାଣୀରେ ପହଞ୍ଚିବା ପରେ ପୁଲିସ ପକ୍ଷରୁ ଏସ୍‌କର୍ଟରେ ନେଉଥିଲା। ତେବେ କଳିଙ୍ଗା ଘାଟି ଉପରେ ହଠାତ୍‌ ବସ୍‌ଟି ପାହାଡ଼ ପାର୍ଶ୍ୱରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ଜି.ଉଦୟିଗିରି, ଟିକାବାଲି ଓ ଫିରିଙ୍ଗିଆରୁ ଅଗ୍ନିଶମ ଟିମ୍‌  ପହଞ୍ଚି ବସ୍‌ ଭିତରୁ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ।

ବସ ଦୁର୍ଘଟଣା ନେଇ କନ୍ଧମାଳ ଏସ୍‌ପି ପ୍ରତୀକ ସିଂ କହିଲେ-“ବସ୍‌ଟି ସୁରତରୁ ଫେରୁଥିଲା। ଆମେ ବସକୁ ଏସକର୍ଟ କରି ନେଇଥିଲୁ। ଡ୍ରାଇଭର ରାସ୍ତା ଜାଣି ନପାରି ଘାଟି କଡ଼ରେ ପିଟି ହେଲା।”

2-killed-after-bus-carrying-prabasi-odias-overturns-near-kandhamal-ganjam-border1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories