ଫୁଟବଲ ମ୍ୟାଚ୍‌ ବେଳେ ବଜ୍ରପାତ

୨ଜଣଙ୍କ ଗଲା ଜୀବନ, ୧୨ ଜଣଙ୍କ ଅବସ୍ଥା ଗୁରୁତର

ସୁନ୍ଦରଗଡ଼  : ଫୁଟବଲ ମ୍ୟାଚ୍‌ର ମଧ୍ୟାନ୍ତରବେଳେ ବଜ୍ରପାତ ଘଟି ୨ଜଣଙ୍କ ମୃତ୍ୟୁ ହୋଇଛି। ୧୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସୁନ୍ଦରଗଡ଼ ସୀମାନ୍ତ ଝାଡ଼ଖଣ୍ଡ ପରବା ନିକଟରେ ଘଟିଛି ଏହି ଅଘଟଣ। ସୁନ୍ଦରଗଡ଼ ହାତୀବାରିର ଏକ ଟିମ୍ ପରବାକୁ ଖେଳିବାକୁ ଯାଇଥିଲେ।

ତେବେ ମ୍ୟାଚ୍‌ର ମଧ୍ୟାନ୍ତର ବେଳେ ବଜ୍ରପାତ ହୋଇଥିଲା। ବଜ୍ରପାତରେ ପୁରୁଣାପାଣିର ଜଣେ ଏବଂ ପରବାର ଜଣଙ୍କ ମୃତ୍ୟୁ ହୋଇଥିଲା। ହାତୀବାରିର ୧୨ ଜଣ ଅାହତ ହୋଇଥିବାବେଳେ ମୃତାହତମାନେ ଦର୍ଶକ ଥିଲେ ବୋଲି ସୂଚନା ମିଳିଛି। ଅାହତମାନଙ୍କୁ ରାଉରକେଲାର ଏକ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

You might also like