ଅଟୋକୁ ଧକ୍କା ଦେଲା ଅଜଣା ଗାଡ଼ି; ୨ ମୃତ, ଜଣେ ଗୁରୁତର ଆହତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ କଣ୍ଡରା ଗାଁ ନିକଟରେ ଏକ ଅଜଣା ଗାଡ଼ି ଅଟୋକୁ ଧକ୍କା ଦେବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଜଣେ ଗୁରୁତର ଆହତ ମଧ୍ୟ ହୋଇଛନ୍ତି।

ମୃତକମାନେ ହେଲେ ମିଥୁନ ନାଏକ ଓ ଜମ୍ବୁ ମହାକୁଡ଼। ଆହତ କୁଙ୍କୁଲି ମହାକୁଡ଼ ଏବେ ଚିକିତ୍ସୀଧୀନ ଅଛନ୍ତି। ଏମାନେ ସମସ୍ତେ ବାରିଆ ଥାନା ଅନ୍ତର୍ଗତ ଗିଧିବାସ ଗାଁର ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, କୁଙ୍କୁଲିର ବାପା ଅସୁସ୍ଥ ଥିବାରୁ  ଗାଁର ଏକ ଡାଲା ଅଟୋରେ କୁଙ୍କୁଲି ଓ ତାଙ୍କ ସ୍ୱାମୀ ଜମ୍ବୁ ମହାକୁଡ଼ ବିଲେଇପଦା ଯାଉଥିଲେ। କଣ୍ଡରା ଗାଁ ବୈତରଣୀ ନଦୀ ନିକଟରେ ଏକ ଅଜଣା ଗାଡ଼ି ସେମାନଙ୍କ ଅଟୋକୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ଅଟୋରେ ଥିବା ୩ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଇଥିଲା। ହେଲେ ସେଠାରେ ଅଟୋ ଡ୍ରାଇଭର ମିଥୁନ ଓ ଜମ୍ବୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଅଜଣା ଗାଡ଼ି ଅଟୋକୁ ସାମ୍ନା ପଟୁ ଧକ୍କା ଦେଇଥିବା ଜଣାପଡ଼ିଛି। କାରଣ ଅଟୋର ସମ୍ମୁଖ ଭାଗ ଅଧିକ କ୍ଷତିଗ୍ରସ୍ତ ହୋଇଛି।

You might also like