ଦୁଇ ହୋମଗାର୍ଡ କରୋନା ଆକ୍ରାନ୍ତ

ଗଜାମ: ଗଞ୍ଜାମ ଜିଲ୍ଲା ପୋଲସରା ଥାନାର ଦୁଇଜଣ ହୋମଗାର୍ଡ କରୋନାରେ ଆକ୍ରାନ୍ତ ହୋଇଛନ୍ତି।  ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଗଂଜାମ ଏସ୍‌ପି। ଏହି ଦୁଇ ଜଣ ହୋମଗାର୍ଡ ଜଗନ୍ନାଥପୁର ରେଲୱେ ଷ୍ଟେସନ ଓ ଟିଏମ୍‌ସିରେ ନିୟୋଜିତ ଥିଲେ।

ଜଣେ ହୋମଗାର୍ଡଙ୍କୁ ପାରଳା ମହାରାଜା କୋଭିଡ ହସପିଟାଲ ଓ ଅନ୍ୟଜଣଙ୍କୁ ସୀତାପାଲି ସ୍ଥିତ ଟାଟା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ଗଂଜାମ ଏସ୍‌ପି।

ସେହିଭଳି ଆଜି ରାଜ୍ୟରେ ୭୬ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭୯ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

You might also like