ଟ୍ରେଲର ଧକ୍କାରେ ୨ ଯୁବତୀ ମୃତ

ରାଉରକେଲା : ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଟିସିଆଇ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଯୁବତୀଙ୍କ ଜୀବନ ଯାଇଛି।  ସ୍କୁଟିରେ ଯାଉଥିବା ୨ ଯୁବତୀଙ୍କୁ ଏକ ଟ୍ରେଲର ପିଟି ଦେବାରୁ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ଘଟାଇ ଟ୍ରେଲର ଡ୍ରାଇଭର ଗାଡ଼ି ସହ ଫେରାର ହୋଇଯାଇଛନ୍ତି ।

ସଙ୍ଗେ ସଙ୍ଗେ ଯୁବତୀ ଦୁଇଜଣଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ । ସ୍କୁଟିରେ ନମ୍ବର ଲେଖା ନ ଥିବାରୁ ମୃତକ ୨ ଜଣଙ୍କ ପରିଚୟ ମିଳିପାରିନାହିଁ।

You might also like