ଫେଲ୍‌ ହୋଇଥିବା ମିଛ ଖବର ଶୁଣି ଦୁଇ ଛାତ୍ରୀଙ୍କ ଆତ୍ମହତ୍ୟା; ଜଣେ ଗୁରୁତର

ଭୁବନେଶ୍ୱର: ମାଟ୍ରିକ ଫଳାଫଳର ଖୁସି ଭିତରେ ଆସିଛି ଦୁଃଖର ଖବର। ପରୀକ୍ଷାରେ ଫେଲ୍ ବୋଲି ମିଛ ଖବର ଶୁଣି ଦୁଇ ଜଣ ଛାତ୍ରୀ ଜୀବନ ହାରିଥିବାବେଳେ ଆଉ ଜଣେ ଫେଲ୍ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ପୌରପରିଷଦ ବାଲିପଦାର ଜଣେ ଛାତ୍ରୀ ପରୀକ୍ଷା ଫଳ ବାହାରିବାର କେଇ ସମୟ ମଧ୍ୟରେ ଆତ୍ମହତ୍ୟା କରିଛନ୍ତି। କେହି ଜଣେ ତାଙ୍କୁ ଫେଲ୍ ହୋଇଥିବା କହିଥିଲେ। ଆଉ ଏହି ମିଛ ଖବର ପାଇ ଛାତ୍ରୀ ଜଣକ ଜୀବନ ହାରିଦେଇଥିବା କୁହାଯାଉଛି। କିନ୍ତୁ ବାସ୍ତବରେ ସଂପୃକ୍ତ ଛାତ୍ରୀ ଜଣକ ପାସ୍ କରିଛନ୍ତି।

ସମାନ ଅଭିଯୋଗ ଆସିଛି, ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସୁଗୋ ଗାଁରୁ। ସେଠାରେ ବି ଜଣେ ଛାତ୍ରୀ ପରୀକ୍ଷାରେ ଫେଲ୍ ହୋଇଥିବା ଖବର ଶୁଣି କୀଟନାଶକ ପିଇ ଆତ୍ମହତ୍ୟ କିରଛନ୍ତି। କିନ୍ତୁ ପରେ ସେ ମଧ୍ୟ ପାସ୍ କରିଥିବା ଜଣାପଡ଼ିଛି।

କିନ୍ତୁ ସେତେବେଳକୁ ଝିଅ ବିଷ ପିଇଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ସେପଟେ ବାଲେଶ୍ୱର ସୋର ଥାନା ନଦୀଗାଁର ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସେ ଫେଲ୍ ହେବା ପରେ ବିଷ ପିଇ ଦେଇଥିବା ଅଭିଯୋଗ ହୋଇଛି। ତାଙ୍କୁ ସୋରରୁ ବାଲେଶ୍ୱର ମେଡ଼ିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

 

ଆହୁରି ପଢ଼ନ୍ତୁ

ବିଧାନସଭା ସମ୍ମୁଖରେ ମହିଳାଙ୍କ ବେକରେ ଛୁରୀ ଲଗାଇ ଯୁବକଙ୍କ ହାଇଡ୍ରାମା

ଦିନକରେ ଓଡ଼ିଶାରେ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

୨୪ ଘଣ୍ଟାରେ ଓଡ଼ିଶାରେ ୩,୬୧୫ କରୋନା ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୭୧

ଆଜିଠୁ ଖୋଲିଲା ଭିତରକନିକା

ନୂଆ ନିୟମ: ଆଉ ସାଙ୍ଗରେ ଆଣିବାକୁ ପଡ଼ିବନି DL

୬୦ ଟଙ୍କା ପାଇଁ ପାନ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ବାଲେଶ୍ୱରରେ ସଟ୍‌ଡାଉନ୍ ନିଷ୍ପତ୍ତିକୁ ବିରୋଧ

କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ ସୂଚନା ଜାରି

ପ୍ରାଣୀ ଉଦ୍ୟାନ ଓ ଡିୟର୍ ପାର୍କ ଖୋଲିବାର ଗାଇଡ୍ ଲାଇନ ଜାରି କଲେ ରାଜ୍ୟ ସରକାର

ଅକ୍ଟୋବରରୁ ୫୦% କର୍ମଚାରୀରେ ଚାଲିବ ଅଫିସ

ଉପନିର୍ବାଚନ ପାଇଁ ସରକାରଙ୍କ ତତ୍ପରତା; ଭୋଟର୍‌ଙ୍କୁ ଟାଣିବାକୁ ପ୍ରତିଶ୍ରୁତି ପର୍ବ ଆରମ୍ଭ

ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ; ତଦନ୍ତରେ ଶିଥିଳତାକୁ ନେଇ ଅସନ୍ତୋଷ ହାଇକୋର୍ଟ

You might also like