ମହାନଦୀ ମୁହାଣରେ ବୁଡ଼ିଗଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ମୃତ୍ୟୁ

ପାରାଦୀପ: ପାରାଦୀପରେ ଡଙ୍ଗା ବୁଡ଼ି ୨ ଜଣ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି। ପାରାଦୀପ ନିକଟ ମହାନଦୀ ମୁହାଣରେ ଆଜି ସକାଳେ ଏହି ଅଘଟଣ ଘଟିଛି।

ମୋଟ୍‌ ୧୫ଜଣ ମତ୍ସ୍ୟଜୀବୀ ଏକ ଡଙ୍ଗାରେ ମାଛ ମାରିବାକୁ ସମୁଦ୍ର ଭିତରକୁ ଯାଇଥିଲେ। ଏହି ସମୟରେ ହଠାତ୍‌ ଲହଡ଼ି ଆସି ଡଙ୍ଗାରେ ମାଡ଼ ହୋଇଥିଲା। ଫଳରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

୧୩ଜଣ ମତ୍ସ୍ୟଜୀବୀ ପହଁରି ପହଁରି କୂଳକୁ ଚାଲି ଆସିଥିବାବେଳେ ୨ଜଣଙ୍କ ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ

You might also like