ମୋବାଇଲ ଲାଇଟ୍‌ରେ ହେଲା ଯୁକ୍ତଦୁଇ ଖାତା ଦେଖା

ବାରିପଦା( ମାଣିକ ପାଣି) : ମୟୁରଭଞ୍ଜ ଜିଲ୍ଲା ବାରିପଦାର ଏମ୍‌ପିସି ଅଟୋନମସ୍‌ କଲେଜରେ ବିଦ୍ୟୁତ୍‌ ସରବରାହ ବ୍ୟାହାତ ଯୋଗୁଁ ମୋବାଇଲ ଟର୍ଚ୍ଚରେ ହେଲା ଯୁକ୍ତଦୁଇ ଖାତା ଦେଖା।

ଝଡ଼ ପବନ ସହ ବର୍ଷା ଯୋଗୁଁ ବିଦ୍ୟୁତ୍‌ ଚାଲିଯିବା ପରେ ମୂଲ୍ୟାୟନ କେନ୍ଦ୍ରରେ ଅନ୍ଧାର ହୋଇଥିଲା। ବହୁ ସମୟ ଧରି ବିଦ୍ୟୁତ୍‌ ନ ଆସିବାରୁ ଅଧ୍ୟାପକ ଅଧ୍ୟାପିକା ନିଜ ନିଜ ମୋବାଇଲ ଲାଇଟ୍‌ରେ ଖାତା ଦେଖୁଥିବାର ଦେଖିବାକୁ ମିଳିଛି।

You might also like