• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ରାଉରକେଲା(ପୱନ ତିୱାରୀ): ଗଜରାଜଙ୍କ ପାଇଁ ପୁଣି ବିପଦ ସାଜିଲା ଟ୍ରେନ୍। ମାଲ୍‌ବାହୀ ଟ୍ରେନ୍‌ ଧକ୍କାରେ ୨ ହାତୀଙ୍କ ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲ୍ଲା ବିସ୍ରା ଜରେଇକେଲା ନିକଟ ମହିପାଣିରେ ଗତକାଲି ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ, ୨ ହାତୀ ରେଳ ଲାଇନ୍‌ ପାର୍‌ ହେଉଥିବାବେଳେ ଏକ ମାଲ୍‌ବାହୀ ଟ୍ରେନ୍‌ ଧକ୍କା ଦେଇଥିଲା। ଫଳରେ ହାତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ରେଲ୍‌ୱେ ଟ୍ରାକ୍‌ରେ ୨ ହାତୀଙ୍କ ଖଣ୍ଡ ବିଖଣ୍ଡିତ ଶରୀର ପଡ଼ି ରହିଥିବା ଦେଖିବାକୁ ମିଳିଛି। ଦୁଇଟି ହାତୀ ମଧ୍ୟରୁ ଗୋଟିଏ ହାତୀକୁ ଟ୍ରେନ୍‌ଟି ୫୦୦ ମିଟର ଯାଏ ଟାଣି ଆଣିଥିବା ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚିଛି।

https://youtu.be/Z1_BDlGFFCY

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗତ ତିନି ଦିନ ହେବ ମହିପାଣି ଅଞ୍ଚଳରେ ୧୫ଟି ହାତୀ ଥିବା ଏକ ହାତୀ ପଲ ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା। ସେମାନଙ୍କ ମଧ୍ୟରୁ ୨ଟି ହାତୀ ଏହି ଅଘଟଣର ଶିକାର ହୋଇଛନ୍ତି।

ଅନ୍ୟପକ୍ଷେ, ହାତୀମୃତ୍ୟୁ ନେଇ ବନ ବିଭାଗ ଓ ରେଳ ବିଭାଗ ପରସ୍ପର ଉପରକୁ ଦୋଷ ଠେଲିଛନ୍ତି। କରିଡର ସତ୍ତ୍ୱେ ସେହି ଅଂଚଳରେ ଟ୍ରେନର ବେଗ ଅଧିକ ଥିଲା ବୋଲି ବନ ବିଭାଗ ପକ୍ଷରୁ ଅଭିଯୋଗ ହୋଇଛି। ୨ଟି ହାତୀ ରେଳ ଲାଇନ୍ ପାର୍‌ ହେଉଥିବା ବେଳେ ଟ୍ରେନର ବେଗ ପାଖାପାଖି ୧୦୦ କିମି ଥିଲା ବୋଲି ବନ ବିଭାଗ ଏସିଏଫ୍ କହିଛନ୍ତି। ଏହାସହ ସମ୍ପୃକ୍ତ ଟ୍ରେନ୍‌ର ଡ୍ରାଇଭରଙ୍କୁ ଆଣି ବନ ବିଭାଗ ପଚରାଉଚରା କରୁଛି। କେଉଁ ପରିସ୍ଥିତିରେ ୨ଟି ହାତୀଙ୍କ ମୃତ୍ୟୁ ହେଲା, ସେ ନେଇ ତଦନ୍ତ କରାଯାଉଛି ବୋଲି ବନ୍ଧମୁଣ୍ଡା ଏଆରଏମ୍ କହିଛନ୍ତି।

ଏହା ପୂର୍ବରୁ ଗତବର୍ଷ ଡିସେମ୍ବର ୫ ତାରିଖରେ ସମ୍ବଲପୁର ଗରଗଡ଼ବାହାଲରେ ଟ୍ରେନ୍‌ ଧକ୍କାରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିଲା। ଏହାପରେ ଡିସେମ୍ବର ୨୦ରେ ସମ୍ବଲପୁର ହାତୀବାରି- ମାନେଶ୍ୱରପୁର ଷ୍ଟେସନ ନିକଟ ଭବାନିପାଲିରେ ଗୋଟିଏ ହାତୀ ଟ୍ରେନ୍‌ରେ କଟି ପ୍ରାଣ ହରାଇଥିଲା। ସେହିପରି ଗତବର୍ଷ ନଭେମ୍ବର ମାସରେ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁରରେ ମାଲ୍‌ବାହୀ ଟ୍ରେନ୍‌ ଧକ୍କାରେ ଗୋଟିଏ ମାଈ ହାତୀର ମୃତ୍ୟୁ ଘଟିଥିଲା। ପୂର୍ବରୁ ଜୁନ୍ ମାସରେ ଢେଙ୍କାନାଳ ସଦର ଥାନା କାଉଁରିଆପାଳରେ ଟ୍ରେନ୍‌ ଧକ୍କାରେ ମଧ୍ୟ ଗୋଟିଏ ହାତୀର ଜୀବନ ଯାଇଥିଲା। ସେହିପରି ୨୦୧୨ରେ କରମଣ୍ଡଳ ଏକ୍ସପ୍ରେସ୍‌ ଧକ୍କାରେ ଗଞ୍ଜାମର ସୁବଳୟାଠାରେ ୬ଟି ହାତୀ ପ୍ରାଣ ହରାଇଥିଲେ।

ସୂଚନାଥାଉ କି, ତାମିଲନାଡୁରେ ଜନବସତି ଆଡ଼କୁ ଭୁଲ୍‌ରେ ପଳାଇ ଆସିଥିବା ହାତୀକୁ ଘଉଡାଇବା ପାଇଁ ଜଳନ୍ତା ଟାୟାରକୁ ଫିଙ୍ଗି ଦେଇଥିଲେ ମଣିଷ। ଫଳରେ ନିଷ୍ପାପ ପଶୁଟି ଯନ୍ତ୍ରଣାରେ ଛଟପଟ ହୋଇ ପ୍ରାଣ ହରାଇଥିଲା।

2-elephants-killed-after-being-hit-by-train-in-rourkela
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories