ମାଲିକ ପାଇଁ ଜୀବନ ଦେଲେ ୨ କୁକୁର

ଭୁବନେଶ୍ୱର: ମାଲିକ ପାଇଁ ଜୀବନ ଦେଲେ ୨ କୁକୁର। ଦୁଇଟି କୁକୁରର ନାଁ ହେଉଛି ବ୍ଲାକି ଓ ସୁଇଟି। କୁକୁର ଦୁଇଟିଙ୍କର ଜୀବନ ଯିବାର ୧୧ ଦିନ ପରେ ମାଲିକ ଜାଣିଲେ ରହସ୍ୟମୟ ଘଟଣା। ସିସିଟିଭିରୁ କୁକୁର ମୃତ୍ୟୁର କାରଣ ଜାଣିବା ପରେ କୋହ ସମ୍ଭାଳି ପାରିନଥିଲେ ମାଲିକ। କାରଣ ମାଲିକର ଜୀବନ ବଞ୍ଚାଇବାକୁ ଯାଇ ପ୍ରାଣ ବଳି ଦେଇଛନ୍ତି ଦୁଇ ଲାବ୍ରାଡର ପ୍ରଜାତିର କୁକୁର।

ଭୁବନେଶ୍ୱର କାନନ ବିହାର ଫେଜ୍-୨ରେ ରୁହନ୍ତି ଡାକ୍ତର ଆର୍ଯ୍ୟକାନ୍ତ ମାଝି ଏବଂ ତାଙ୍କ ପରିବାର। ତାଙ୍କ ବାପା ଡାକ୍ତର ପଦ୍ମନାଭ ମାଝୀଙ୍କ ଦେହାନ୍ତ ଗତ ମାସରେ ହୋଇଯାଇଛି। ହେଲେ ବାପା ପଦ୍ମନାଭ ପାଳିଥିବା ୨ଟି କୁକୁରଙ୍କର ଯତ୍ନ ନେଉଥିଲେ ଆର୍ଯ୍ୟକାନ୍ତ। ଗୋଟିଏ କୁକୁର ନାଁ ବ୍ଲାକି, ଆଉ ଅନ୍ୟଟି ସୁଇଟି। ଏମାନେ ଦିନରେ ବଗିଚାରେ ଖୋଲା ବୁଲନ୍ତି ।

ହେଲେ ରାତିରେ ଏକ ସ୍ୱତନ୍ତ୍ର ଘରେ ରହୁଥିବା ବେଳେ ତାର କବାଟକୁ ଶିକୁଳିରେ ଚାବି ପକାଯାଏ। କିନ୍ତୁ ଚଳିତମାସ ୧୬ ତାରିଖ ସକାଳେ ଅତ୍ୟନ୍ତ ରହସ୍ୟମୟ ଢଙ୍ଗରେ ୨ଟି ଯାକ କୁକୁରଙ୍କ ମୃତଦେହ ମିଳିଥିଲା। କୁକୁରମାନେ ରହୁଥିବା ଘରର କବାଟ ଖୋଲାଥିଲା।  ଲୁହା ଶିକୁଳି ଛିଡି ତଳେ ପଡିଥିଲା।  ଏହା କେଉଁ ଦୁର୍ବୃତ୍ତଙ୍କ କାମ ସନ୍ଦେହ କରି ମାଝି ପରିବାର ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ। ବଗିଚା ଭିତରେ କୁକୁରଙ୍କ ମୃତଦେହ ପୋତି ଦେଲେ ପରିବାର ଲୋକେ।

ତେବେ କୁକୁର ମୃତ୍ୟୁ ସେମାନଙ୍କ ମନକୁ ଆନ୍ଦୋଳିତ କରିଥିଲା। ଗତକାଲି ସିସିଟିଭିରୁ ଜାଣିବାକୁ ପାଇଲେ ସେହିଦିନ ଏକ ବଡ଼ ନାଗ ସାପ ବଗିଚାକୁ ପଶୁଛି। ସାପକୁ ଦେଖି କୁକୁର ଦୁଇଟି ଲୁହା ଜାଲି ଲଗା କବାଟକୁ ଭୀଷଣ ଭାବେ ଆଘାତ ଦେଉଛନ୍ତି।  ପ୍ରାୟ ୧୦ ମିନିଟ ପରେ ଲୁହା ଶିକୁଳିଟି ଭାଙ୍ଗିଯିବା ପରେ ସାପ ସହ ଲଢେଇ କରିଛନ୍ତି। ଯଦିବା ରାତିରେ ଭିଡିଓ ସ୍ପଷ୍ଟ ଦେଖାଯାଉନି, ହେଲେ ତାପରର ଘଟଣା ପରିବାର ଲୋକେ ଠିକ ଅନୁମାନ କରିପାରିଛନ୍ତି। ଏହା ଏକ ବଡ଼ ନାଗ ସାପ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ ଚିହ୍ନଟ କରିଛନ୍ତି ।

ଆହୁରି ପଢ଼ନ୍ତୁ

୨୫ରୁ ପୁଣି ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୦୧ କରୋନା ଆକ୍ରାନ୍ତ

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଦୁଷ୍କର୍ମ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଦିଅ

୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ମାରିଦେଲେ !

ରହସ୍ୟ ଘେରରେ ମା’-ଝିଅଙ୍କ ମୃତ୍ୟୁ: ୪ ଦିନ ହେଲା ପଡ଼ି ରହିଛି ମୃତଦେହ

ବିଜେଡି ଛାଡ଼ିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ରବୀନ୍ଦ୍ର ଜେନା

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ରୋଗୀ

Coronavirus Odisha News: ଦିନକରେ ୪,୨୩୭ କରୋନା ଆକ୍ରାନ୍ତ‌ ଚିହ୍ନଟ

‘ମୃତକଙ୍କ ହେବନି କୋଭିଡ୍-୧୯‌ ଟେଷ୍ଟ୍‌’

OJEE 2020: ଆଜି ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ

ଗୁପ୍‌ଚୁପ୍ ଖାଉଥିବା ବେଳେ ତଣ୍ଟିରେ ଲାଗିଗଲା ଗୁପ୍‌ଚୁପ୍, ଚାଲିଗଲା ଜୀବନ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

You might also like