RGHର ୨ ଡାକ୍ତରଙ୍କୁ କରୋନା

ରାଉଲକେଲା: ରାଉରକେଲା ସରକାରୀ ହସ୍ପିଟାଲର ୨ ଡାକ୍ତରଙ୍କୁ କରୋନା। ସୁନ୍ଦରଗଡ଼ରୁ ଆଜି ବାହାରିଥିବା ୧୮ ପଜିଟିଭଙ୍କ ଭିତରୁ ୨ ଜଣ ଆରଜିଏଚ ଡାକ୍ତର ବୋଲି ଜଣାପଡ଼ିଛି। ଏମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ମେଡିକାଲ ପରିସରକୁ ସାନିଟାଇଜ୍ କରାଯାଉଥିବା ସୁନ୍ଦରଗଡ଼ ଜିଲ୍ଲାପାଳ କହିଛନ୍ତି। ତେବେ ୧୮ ପଜିଟିଭଙ୍କ ଭିତରୁ ୧୫ ଜଣ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି। ଏମାନଙ୍କ ଭିତରୁ ଅଧିକାଂଶ ପ୍ରବାସ ଫେରନ୍ତା ଅଛନ୍ତି।

ପ୍ରକାଶଥାଉକି, ସୁନ୍ଦରଗଡ଼ ଜିଲ୍ଲାରେ ଏଯାବତ୍ ୯୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୦ ଜଣ ସୁସ୍ଥ ହୋଇଥିବା ବେଳେ ୪୯ଟି ଆକ୍ଟିଭ କେଶ ରହିଛି।

ଆଜି ରାଜ୍ୟରେ ଆଉ ୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି  ରାଜ୍ୟରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଗଞ୍ଜାମ ଜିଲ୍ଲାର ଜଣେ ୫୫ ବର୍ଷୀୟ ବୃଦ୍ଧ ବୋଲି ସୂଚନା ମିଳିଛି।

ରାଜ୍ୟରେ ସମୁଦାୟ ୨୮୫୬ ଜଣ ଚିହ୍ନଟ ହୋଇଥିବା ବେଳେ ୧୭୧୬ ଜଣ ସୁସ୍ଥ ହୋଇଛନ୍ତି। ଏବେବି ୧୧୨୯ ଆକ୍ଟିଭ କେଶ ରହିଛି ଏମାନେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

You might also like