ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିକଟ ବରପଦାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୨୦ ନମ୍ବର ଜାତୀୟ ରାଜପଥ ଉପରେ ଚାଉଳ ଗାଡ଼ି ଧକ୍କାରେ ଅଜା ଓ ନାତିଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ରାମଚନ୍ଦ୍ରପୁର ଥାନା ହରିପୁର ଗାଁର କୀର୍ତ୍ତନ ନାଥ ନିଜ ନାତି କେଶବ ପାଗଳଙ୍କ ସହ ବାଇକରେ ବସି କେନ୍ଦୁଝରରୁ ଫେରୁଥିଲେ। ଘରଠାରୁ ୫ କିଲୋମିଟର ଆଗରୁ ବରପଦା ବଜାର ପାଖରେ ସେମାନଙ୍କ ବାଇକ ଗୋଟିଏ ଚାଉଳ ବୋଝେଇ ଟ୍ରକ ସହ ଧକ୍କା ହୋଇଥିଲା। ଚାଉଳ ବୋଝେଇ ଗାଡ଼ିଟି ଦୁହିଁଙ୍କ ଉପରେ ଚଢ଼ିଯାଇଥିଲା।

ତେବେ ଗୁରୁତର ଦୁଇ ଜଣଙ୍କୁ ସାଙ୍ଗେ ସାଙ୍ଗେ ମେଡିକାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ରାମଚନ୍ଦ୍ରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଚାଉଳ ଗାଡ଼ିକୁ ଜବତ କରି ତଦନ୍ତ ଜାରି ରଖିଥିବା ବେଳେ ଘଟଣାକୁ ନେଇ ଆନନ୍ଦପୁର ମେଡିକାଲରେ ଉତ୍ତେଜନା ଦେଖା ଦେଇଥିବା ଜଣାପଡ଼ିଛି।

You might also like