ରଙ୍ଗ୍‌ରୁଟ୍‌ରେ ଆସି ୩ ପିଲାଙ୍କ ଉପରେ ଚଢାଇଦେଲା ଭ୍ୟାନ୍

ଢେଙ୍କାନାଳ: ଗତ ମାସରେ ରାଜ୍ୟରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଇଥିଲା। ଏନେଇ ଚାରିଆଡେ ସଚେତନତା କରାଯାଇଥିଲେ ବି ଫଳ ଶୂନ। ବରଂ ଦିନକୁ ଦିନକୁ ଘଟୁଛି ଭୟାନକ ଦୁର୍ଘଟଣା। ଢେଙ୍କାନାଳର ବାଜିଚୌକ ଫ୍ଲାଇଓଭର ନିକଟରେ ସଡ଼କ ଦୁର୍ଘଟଣାରେ ୨ ନୀରିହ ଶିଶୁଙ୍କ ଜୀବନ ଚାଲିଯାଇଛି। ଅନ୍ୟ ଜଣେ ନାବାଳିକା ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତ ୨ ନାବାଳିକାଙ୍କ ବୟସ ୫ ଓ ୭ ବର୍ଷ ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ମୃତ ନାବାଳିକାଙ୍କ ଘରଲୋକେ ମହୁ ବିକ୍ରି କରି ପରିବାର ଚଳାନ୍ତି। ହେଲେ ଘର ଲୋକେ ବାହାରକୁ ଯାଇଥିବା ବେଳେ ପିଲାମାନେ ଖେଳୁଥିଲେ। ଫ୍ଲାଇଓଭର ନିକଟରେ ପିଲାମାନେ ଖେଳୁଥିବା ବେଳେ ରଙ୍ଗରୁଟ୍‌ରେ  ଆସୁଥିବା ଏକ ଭ୍ୟାନ୍ ସେମାନଙ୍କ ଉପରେ ମାଡ଼ି ଯାଇଥିଲା।

ପିକ୍‌ଅପ୍ ଭ୍ୟାନ୍‌ଟି ୫୦ ମିଟର ଦୂରରୁ ହଠାତ୍ ମାଡ଼ିଆସିଥିଲା। କିଛି କୁନି ପିଲା ରାସ୍ତା କଡ଼ରେ ଶୋଇଥିଲେ, ଅନ୍ୟ ପିଲାମାନେ ଖେଳୁଥିଲେ। କିଛି ଦିନ ତଳେ ଏହି ଛକରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। 

ଫଳରେ ଘଟଣାସ୍ଥଳରେ ୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ ଜାରି ରଖିଛି। ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ କରାଯାଇଛି। ଏହି ଗାଡ଼ିର ସବିଶେଷ ତଥ୍ୟ ଜଣାପଡ଼ିନାହିଁ। ପ୍ରାଥମିକ ସ୍ତରରେ ମୃତକଙ୍କ ପରିବାରକୁ ୨୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି।

ସେହିପରି ନୂଆପଡ଼ା କୋମନା ଥାନା କ୍ରିଷ୍ଣା ଛକରେ ଭାରସାମ୍ୟ ହରାଇ ପିକ୍ଅପ୍ ଓଲଟିଯିବାରୁ ୨ଜଣଙ୍କ ମୃତ୍ୟୁ ହୋଇଛି। ବାହାଘର ପରେ କନ୍ୟା ଛାଡ଼ି ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା।

You might also like