ସୋର: କେତେ ନିର୍ଦ୍ଦୟ ଏ ଦଇବ! କିଏ ଜାଣିଥିଲା ହସଖୁସିରେ ଉଛୁଳି ପଡୁଥିବା ଘର ମୁହୂର୍ତ୍ତକ ଭିତରେ କାନ୍ଦ ବୋବାଳିରେ ଫାଟିଯିବ। ଭାଇ ହାତରେ ଭଉଣୀ ରାଖୀ ବାନ୍ଧିବା ବେଳେ ବୋଧହୁଏ ସେମାନେ ଜାଣିନଥିଲେ ଏଇ ଥିଲା ଶେଷ ରାଖୀ, ଆଉ ଏଇଠୁ ହିଁ ଅଧା ରହିଯିବ କଥା।
ରାଖୀ ବାନ୍ଧିବାକୁ ଯିବାବେଳେ ଭାଇଭଉଣୀର ଚାଲିଗଲା ଜୀବନ। ଅଧାରେ ରହିଗଲା ରାଖୀ ପାଉଣା। ଏଭଳି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ମଣ୍ଡ ଗ୍ରାମରେ। ଆଜି ଅପରାହ୍ନରେ ବଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।
ସୂଚନା ଅନୁସାରେ, ଆଜି ରାଖୀ ପୁର୍ଣ୍ଣିମା ଥିବାରୁ ପିତା ଭାସ୍କର ବେହେରାଙ୍କର ବାର ବର୍ଷର ଝିଅ ଆଶା ନିରଞ୍ଜନ ଦଳେଇର ୧୫ବର୍ଷର ପୁଅ ସୁଶାନ୍ତ ଦଳେଇକୁ ରାଖୀ ବାନ୍ଧିବା ପାଇଁ ଯାଇଥିଲେ।
ତେବେ ରାଖୀ ବାନ୍ଧିବା ପରେ ବାହାରେ ବସି ଏକାଠି ଖାଉଥିଲେ। ଏହି ସମୟରେ ହଠାତ ବଜ୍ରାଘାତ ହୋଇଥିଲା। ଏହି ବଜ୍ରାଘାତରେ ଆଶା ବେହେରା ଓ ସୁଶାନ୍ତ ଦଳେଇ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି।