• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଆଠଗଡ଼: ବଡ଼ମ୍ବାରେ ଗୋଷ୍ଠୀ ସଂଘର୍ଷରେ ୨ ମୃତ, ୧୦ ଆହତ। ଆଠଗଡ ବଡମ୍ବା ବ୍ଲକ ଭଗତପୁର ଓ ବୁଢାପଙ୍କ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷରେ ବୋମା ମାଡ ଓ  ଗୁଳିମାଡରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଗାଁ ପାଖ ମୁଣ୍ଡିଆ ଜମିକୁ ନେଇ ଦୁଇ ଗାଁରେ ବିବାଦ ଲାଗିରହିଥିଲା। ଦୀର୍ଘଦିନ ଧରି ଏ ବିବାଦ ନତୁଟିବା ଯୋଗୁଁ  ଏହା ଉଗ୍ର ରୂପ ନେଇଥିଲା। ଭଗତପୁର ଓ ବୁଢାପଙ୍କ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷରେ ହୋଇଥିଲା। ବୋମା ମାଡ ଓ  ଗୁଳି ମାଡ ହୋଇ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଆହତ ମାନଙ୍କୁ ପ୍ରଥମେ ମାଣିଆବନ୍ଧରେ ଚିକିତ୍ସା କରାଇବା ସହ ସେମାନଙ୍କୁ କଟକ SCBକୁ ସ୍ଥାନାନ୍ତର କରାଯାଇଛି। ମୃତକ ହେଲେ ଭଗତପୁର ଗାଁର ଅଶ୍ୱିନୀ ପାଳ ଓ ପବିତ୍ର ଆରୁଖ। ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି। ରାଜପଥ ୬୫ ନମ୍ବର ଜାତୀୟ ରାଜପଥ କଟକ  ନରସିଂହପୁର ରାସ୍ତାର ଅଭିମାନପୁର ଛକନିକଟରେ ମୃତଦେହ ରଖି ରାସ୍ତା ଅବରୋଧ କରାଯାଇଇଛି। ଉଭୟ ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ମୁତୟନ କରାଯାଇଛି। ଏବେ ଭାଗବତପୁର ଗାଁରେ ଶାନ୍ତି କମିଟି ବୈଠକ ବସିଛି।

ଏହି ବିବାଦ ଗତ ୨ ବର୍ଷ ଧରି ଲାଗିରହିଆସୁଛି। ଏହି ବିବାଦ ବିଷୟରେ ଆମେ ବଡ଼ମ୍ବା ପ୍ରଶାସନକୁ ଅନେକ ଥର କହିଛୁ। କେହି ନଶୁଣିବାରୁ ଆଜି ଏପରି ଅପ୍ରିତିକର ଘଟଣା ଘଟିଛି। ଆମେ କାମ କରୁଥିବା ସମୟରେ ପାଖ ଗାଁର ଲୋକେ ଗୋଳା, ବାରୁଦ, ଫାର୍ସା ଆଣି ଆମକୁ ଆକ୍ରମଣ କରିଥିଲେ। ୨ ଜଣ ଲୋକଙ୍କ ହତ୍ୟା କରିଛନ୍ତି। ୧୦ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇ ଏବେ ମରଣ ସହ ସଂଗ୍ରାମ କରୁଛନ୍ତି। ବଡମ୍ବା ଆଇଆଇସିଙ୍କୁ ଫୋନ୍‌ କରିବା ସେ କହିଲେ ଯେ, ଆପଣ ଶାନ୍ତିରେ ଘରେ ଚୁପ୍‌ ହୋଇ ବସନ୍ତୁ। ସେମାନେ ଗୁଳି, ବାରୁଦ ଯାହା ଅଛି ମାରିକି ଯାଆନ୍ତୁ।  
-ଶୀନିବାସ କୁଣ୍ଡୁ, ଭାଗବତପୁର ଗ୍ରାମବାସୀ
2-died-in-bomb-attack-and-firing-in-badamba
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories