ପୋଖରୀରେ ବୁଡ଼ି ୨ ନାବାଳକ ମୃତ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ତୁଳଙ୍ଗ ଗ୍ରାମରେ ଅଘଟଣ। ପୋଖରୀରେ ବୁଡି ୨ ନାବାଳକ ମୃତ। ମୃତକ ତୁଳଙ୍ଗ ଗ୍ରାମର ଆୟୁଷ ବିଶ୍ୱାଳ ଏବଂ ପ୍ରତ୍ୟୁଷ ବିଶ୍ୱାଳ।

ସୂଚନା ଅନୁସାରେ ଉଭୟ ଆଜି ସକାଳେ ସାଇକେଲରେ କୋଚିଂ ସେଣ୍ଟର ଯାଇଥିଲେ। ତେବେ ମଧ୍ୟାହ୍ନ ସମୟରେ ନିକଟସ୍ଥ ଖୁନ୍ଦଳ ଗ୍ରାମର ପୋଖରୀରେ ଦୁଇ ନାବାଳକ ବୁଡି ଯାଇଥିବା ଖବର ପାଇ ପରିବାର ଓ ଗ୍ରାମବାସୀ ସେଠାରେ ପହଞ୍ଚିଥିଲେ।

ଉଭୟଙ୍କୁ ପୋଖରୀରୁ ଉଦ୍ଧାର କରି ପ୍ରଥମେ ଏରସମା ମେଡିକାଲ ନିଆଯାଇଥିଲା। ପରେ ସେମାନଙ୍କୁ ଜଗତସିଂହପୁର ମେଡିକାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

You might also like