୩ ଦିନ ପରେ ଜଳ ଭଣ୍ଡାରରୁ ମିଳିଲା ମୃତଦେହ

ଲମତାପୁଟ: କୋରାପୁଟ ଜିଲ୍ଲା ଜଲାପୁଟ ଜଳଭଣ୍ଡାରର ପାଡୁଆ ଘାଟରେ ଡଙ୍ଗା ବୁଡ଼ି ନିଖୋଜ ଘଟଣାରେ ୨ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣାରେ ଏବେ ବି ଆଉ ଜଣେ ନିଖୋଜ ଅଛନ୍ତି। ମୃତକ ଦ୍ୱୟ ହେଲେ- ମନୋଜ ହନ୍ତାଳ ଓ ପ୍ରଶାନ୍ତ ଖରା। ନିଖୋଜ ଯୁବକ ହେଲେ ଚିତ୍ର ଖରା।

ରବିବାର ଦିନ ପାଡୁଅ ଗାଁର ପାଞ୍ଚ ଜଣ ସାଙ୍ଗ ହୋଇ ଡଙ୍ଗା ନେଇ ନିକଟସ୍ଥ ଗାଁର ଦଶହରା ଉତ୍ସବ ଦେଖିବାକୁ ଯାଉଥିଲେ। ହେଲେ ଏହି ସମୟରେ ଡଙ୍ଗାଟି ଜଳଭଣ୍ଡାର ମଝିରେ ବୁଡ଼ି ଯାଇଥିଲା। ତେବେ ୨ ଜଣ ଯୁବକ ପହଁରି ପହଁରି କୂଳରେ ପହଞ୍ଚିଥିବା ବେଳେ ୩ ଜଣ ନିଖୋଜ ହୋଇ ଯାଇଥିଲେ।

ବର୍ତ୍ତି ଯାଇଥିବା ୨ ଯୁବକ ଗାଁକୁ ଫେରି ଭୟରେ ଏ ଘଟଣା ସଂପର୍କରେ କାହାକୁ କହି ନ ଥିଲେ। ପରେ ସେମାନଙ୍କ ପରିବାର ଲୋକେ ଖୋଜାଖୋଜି କରିବା ପରେ ୨ ଯୁବକ ସେମାନଙ୍କ ନିଖୋଜ ସମ୍ପର୍କରେ ଜଣାଇଥିଲେ। ଏହାପରେ ଅଗ୍ନିଶମ ବାହିନୀ ସହ ଓଡ୍ରାଫ ଟିମ୍ ଖୋଜାଖୋଜି ଆରମ୍ଭ କରିଥିଲେ। ମନୋଜ ଓ ପ୍ରଶାନ୍ତଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଚିତ୍ର ଖରା ଏବେବି ନିଖୋଜ ଅଛନ୍ତି।

You might also like