ପାଇପ୍‌ କାମ କରୁଥିଲେ; ହଠାତ୍ କାନ୍ଥ ଭୁଶୁଡ଼ିପଡ଼ିଲା

ଅନୁଗୁଳ: ବଅଁରପାଳରେ ଅଘଟଣ। ପାଇପ କାମ କରୁଥିବାବେଳେ ହଠାତ୍ କଡ଼ କଡ଼ ଶବ୍ଦ କରି ଭୁଶୁଡ଼ିପଡ଼ିଲା କାନ୍ଥ। ଚାଲିଗଲା ୨ ଜଣଙ୍କ ପ୍ରାଣ। ମୃତକ ହେଲେ ବୁଢ଼ାପଙ୍କ ଅଂଚଳର ତପନ ନାଏକ ଓ ଦୀପୁ ପରିଡ଼ା। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘର ମାଲିକ ଗୋପି ସାହୁଙ୍କୁ ଅଟକ ରଖିଛି।

ଘଟଣାକୁ ନେଇ ଉକ୍ତ ଅଂଚଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। କ୍ଷତିପୂରଣ ଦାବିରେ ଲୋକେ ଜାତୀୟ ରାଜପଥ ବରୋଧ କରିଥିଲେ। ପରେ ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ସୂଚନା ଅନୁସାରେ ବଅଁରପାଳର ଜଣେ ବ୍ୟକ୍ତିଙ୍କ ଘରେ ପାଇପ କାମ ଚାଲିଥିବାବେଳେ ହଠାତ ଘରର କାନ୍ଥ ପଡ଼ି ଏଭଳି ଅଘଟଣ ଘଟିଥିଲା।

You might also like