ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ସୀମାନ୍ତରେ ମାଇନ ବିସ୍ଫୋରଣରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ୨ ଜଣ ହେଲେ କେନ୍ଦୁରୁମ ଗାଁର ମୋହନ ରାଓ ଓ ଚୁନ୍ତାଳବେଦୀ ଗାଁର ଅଜୟ କୁମାର । ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀମାନେ ବିଛାଇଥିଲେ ଲ୍ୟାଣ୍ଡ ମାଇନ୍ସ ବିଛାଇଥିଲେ। ଶୀକାର ହେଲେ ସାଧାରଣ ନୀରିହ ଜନତା।
ଏବେ ଚାଲିଛି ମାଓବାଦୀଙ୍କ ସହିଦ ସପ୍ତାହ ପାଳନ। ତେଣୁ ସୁରକ୍ଷାକର୍ମୀମାନେ ଏବେ ମାଓବାଦୀଙ୍କ ଟାର୍ଗେଟରେ। ଆନ୍ଧ୍ରପ୍ରଦେଶ ପୋଡେରୁ ଥାନା ଇଂଜିରି ଓ ଜାମିଗୁଡ଼ା ଜଙ୍ଗଲରେ ମାଓବାଦୀମାନେ କ୍ଲେମର ମାଇନ ଖଞ୍ଜିଥିଲେ ନକ୍ସଲ।
କେନ୍ଦୁରୁମ ଗାଁର ୨ ଜଣ ଲୋକ ଗାଈଚରାଳି ଗାଈଗୋଠ ନେଇ ଫେରୁଥିଲେ। ଏହି ସମୟରେ ହଠାତ୍ ମାଇନସ ବିସ୍ଫୋରଣ ହୋଇଥିଲା । ଫଳରେ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା।