ବାଇକରେ ଖୁସିରେ ଆସୁଥିଲେ କୁନି ଝିଅ ଓ ଦାଦା; ପଛରୁ ଆସୁଥିବା ଟ୍ରକ୍‌ ସାରିଦେଲା ସବୁକିଛି

ଭଦ୍ରକ: ବାଇକ୍‌ ପଡ଼ିଛି। ବାଇକ୍‌ରେ ଓହଳିଛି କିଛି ଜିନିଷ ଭର୍ତ୍ତି ବ୍ୟାଗ୍। ଆଉ କିଛି ଦୂରରେ ଛିଟିକି ପଡ଼ିଛି ଦାଦା-ଝିଆରିଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର। ଯେଉଁ ଚିତ୍ର ଅତି ବୀଭତ୍ସ ଓ ଦୃଦୟ ବିଦାରକ। ଯିଏ ଦେଖୁଛି ହତବାକ ହୋଇଯାଉଛି। ନିୟମ ବନ୍ଧନ ପାଇଁ ଯାହାକୁ ଆମେ ଏଠି ଆପଣଙ୍କୁ ଦେଖାଇ ପାରୁନୁ। ଆଜି ଏକ ଅଭାବନୀୟ ଦୁର୍ଘଟଣାରେ ଏମିତି ବାପ-ଝିଅଙ୍କ ଜୀବନ ଚାଲିଯାଇଛି।

ଏନ୍‌ଏଚ୍‌-୧୬ ଭଦ୍ରକ ତ୍ରିସଳପୁର ଛକ ନିକଟରେ ଟ୍ରକ୍‌ ଦୁର୍ଘଟଣାରେ ଉଭୟ ଦାଦା-ଝିଆରିଙ୍କ ମୃତ୍ୟୁ ଘଟିଛି। ଆଜି ଅପରାହ୍ନରେ ଦାଦା-ଝିଆରି କୌଣସି କାମରେ ବାଇକ୍‌ରେ ବାହାରିଥିଲେ। ହେଲେ କିଏ ଜାଣିଥିଲା ଆଜି ଉଭୟଙ୍କର ଯାତ୍ରା ଶେଷ ଯାତ୍ରା ହେବ।

ବାଇକ୍‌ରେ ଯାଉଥିବା ବେଳେ ହଠାତ୍ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଟ୍ରକ୍‌ ଧକ୍କାରେ ଦାଦା-ଝିଆରି ଦୁହେଁ ବାଇକ୍‌ରୁ ରାସ୍ତାକୁ ଛିଟିକି ପଡ଼ିଥିଲେ। ଆଉ ଏହି ସମୟରେ ଉଭୟଙ୍କ ଉପରେ ଟ୍ରକ୍‌ଟି ଚଢ଼ିଯାଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

You might also like