ରାତିରେ ଯାତ୍ରା ଦେଖି ଫେରୁଥିଲେ ଦୁଇ ସାଙ୍ଗ; ସକାଳେ ଅପେକ୍ଷା କରିଥିଲା ମୃତ୍ୟୁ

ସୋର (ଶଶିକାନ୍ତ ବେହେରା): ଯାତ୍ରା ଦେଖି ଫେରୁଥିଲେ ଦୁଇ ସାଙ୍ଗ। କିନ୍ତୁ ରାତିର ସେଇ ରଙ୍ଗୀନ ଆସର ଭିତର ହଜିଗଲା ପରେ ସକାଳେ ଯେ ମୃତ୍ୟୁ ଅପେକ୍ଷା କରିଛି ଏକଥା କାହାକୁ ବା ଜଣାଥିଲା। ସେଇ ରାତି ଥିଲା ଜୀବନର ଶେଷ ଅଭିନୟ କରିବା ଅଭିନୟ ଦେଖିବା। ବାଲେଶ୍ୱର ଜିଲ୍ଲା  ସିମୁଳିଆ ଥାନା ଅନ୍ତର୍ଗତ ଗାଁ ମାର୍କୋଣା ଗାଁ ରାସ୍ତାରେ ଘଟିଛି ଏଭଳି ଦୁଃଖଦ ଘଟଣା।

ଯାତ୍ରା ଦେଖି ସକାଳେ ଦୁଇ ସାଙ୍ଗ ବାଇକ୍‌ରେ ଫେରୁଥିବା ବେଳେ ହମ୍‌ସ ପାର୍‌ ହେଉ ହେଉ ଘଟିଥିଲା ଦୁର୍ଘଟଣା। ବାଇକଟି ଭାରାସାମ୍ୟ ହରାଇବାରୁ ଜଣେ ସାଙ୍ଗ ରାସ୍ତା ଉପରେ ଛିଟିକି ନିକଟରେ ଥିବା ଏକ ଗାଡ଼ିଆ ଭିତରେ ପଡ଼ିଯାଇଥିଲେ ଓ ଅନ୍ୟଜଣେ ସେହି ରାସ୍ତା ଉପରେ ଘୋଷାରି ହୋଇପଡ଼ିବାରୁ ଘଟଣାସ୍ଥଳରେ ଉଭୟଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।

ମୃତକଦ୍ୱୟ ହେଲେ  ଶନି ବିଶ୍ୱକର୍ମା ଓ ଜଗନ୍ନାଥ ସିଂ। ଶନିଙ୍କ ଘର ଗାଁ ମାର୍କୋଣା ଗାଁରେ। ଜଗନ୍ନାଥଙ୍କ ଘର  ନିମଗଡ଼ିଆରେ। ଏମାନେ ଦୁଇ ଜଣ ସାଙ୍ଗ ଥିଲେ। ତେବେ ଦୁର୍ଘଟଣାର ଖବର ପାଇ ସିମୁଳିଆ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

You might also like