ମୋଟର ସାଇକେଲରେ ବନ୍ଧୁ ଘରକୁ ଯାଉଥିଲେ ଦୁଇ ଭାଇ; ପିଟିଦେଲା ଡମ୍ପର

ବାଲେଶ୍ୱର:ବାଲେଶ୍ୱର ଜଲ୍ଲା ଜଳେଶ୍ୱର ନିକଟ ସାତଶୁଳିଆ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ  ଜଣେ ନାବାଳକ ସହ ୨ ଜଣଙ୍କ ମୃତ୍ୟୁ ଘଟିଛି। ୨ ମୃତକ ଗୋଟିଏ ପରିବାରର ଏବଂ ସେମାନେ ସମ୍ପର୍କରେ ଦୁଇ ଭାଇ ବୋଲି ଜଣାପଡ଼ିଛି। ସେମାନଙ୍କ ନାମ ଈଶ୍ୱର ଦାସ ଓ ସ୍ୱାଧୀନ ଦାସ। ଈଶ୍ୱରଙ୍କ ବୟସ ୧୮ ବର୍ଷ ବୋଲି ଜଣାପଡ଼ିଛି।

ଜଳେଶ୍ୱର ବଣିଦା ଅଞ୍ଚଳର ଦୁଇ ଭାଇ ଆଜି ସକାଳ ୮ଟାରେ ସମ୍ପର୍କୀୟ ଘରକୁ ଯାଉଥିଲେ।   ରାଜ୍ୟ ରାଜପଥ-୫୭ର ସାତଶୁଳିଆ ନିକଟରେ ଗୋଟିଏ ଡମ୍ପର ତାଙ୍କୁ ସାମ୍ନା ପଟୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଉତ୍ତ୍ୟକ୍ତ ଲୋକେ ଡମ୍ପରକୁ ଅଟକ ରଖି ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। କର୍ମର୍ଦ୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି। ଡ୍ରାଇଭର ଫେରାର ହୋଇଯାଇଛି।

 

 

You might also like