• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

କେନ୍ଦୁଝର: ଜେନେରେଟର୍ ହେଲା କାଳ। ଘର ଭିତରେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର କାଠବାଡ଼ି ଗାଁରେ ।

ଗତକାଲି ଗାଁରେ ଏକ ବାହାଘର ଭୋଜି ଚାଲିଥିଲା। ଭୋଜି ସରିବା ପରେ ବିଦ୍ୟୁତ ଚାଲି ଯାଇଥିଲା। ଫଳରେ ଜେନେରେଟର୍ ଲଗାଇ ଗାଁର ବାଦଲ ନାଏକ(୧୫) , ବାଇଧର ନାଏକ(୩୦) , ଶମ୍ଭୁନାଥ ନାଏକ(୧୫) ଓ ଆକାଶୀ ନାଏକ(୧୬) ଗୋଟିଏ କୋଠରୀରେ ଶୋଇଥିଲେ।

ବିଳମ୍ବିତ ରାତିରେ ସମସ୍ତେ  ଶ୍ୱାସରୁଦ୍ଧ ହୋଇ ଅଚେତ ହୋଇପଡ଼ିଥିଲେ। ଜଣେ ସମ୍ପର୍କୀୟ ସେମାନଙ୍କୁ ଦେଖିବା ପରେ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଏମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ବାଦଲ ଓ ବାଇଧରଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଶମ୍ଭୁନାଥ ଓ ଆକାଶୀ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି।

ଗୁରୁତର  ଶମ୍ଭୁନାଥ ନାଏକ(୧୫)ଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ବେଳେ, ଆକାଶୀ ନାଏକ(୧୬)ଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

KEONJHAR_DEATH_PHOTO_AVO_9AM
KEONJHAR_DEATH_AVO_9AM

2-dead-due-to-breathing-problem-in-kdunjhar
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories