କନ୍ଧମାଳ: ଦୁଇ ଯୁବକଙ୍କ ମୃତଦେହ ମିଳିବା ପରେ ଉତ୍ତେଜନା। କନ୍ଧମାଳ ତୁମୁଡ଼ିବନ୍ଧ ଅଞ୍ଚଳରେ ଦେଖାଦେଇଛି ଉତ୍ତେଜନା। ସ୍ଥାନୀୟ ବୁଦୁଲିପଦର ଘାଟିରେ ଦୁଇ ଯୁବକଙ୍କ ମୃତଦେହ ଆଜି ସକାଳୁ ଉଦ୍ଧାର କରାଯାଇଛି। ଯାହା ପରେ ଲୋକଙ୍କ ମଧ୍ୟରେ ଘଟଣାକୁ ନେଇ ଅସନ୍ତୋଷ ଦେଖାଦେଇଛି।
ଯୁବକଙ୍କ ମୃତ୍ୟୁ କାରଣ କଣ ଏବଂ ଏହାର ତଦନ୍ତ ଦାବି କରି ୫୯ ନମ୍ବର ଜାତୀୟ ରାଜପଥ ତୁମୁଡ଼ିବନ୍ଧ ହସ୍ପିଟାଲ୍ ସମ୍ମୁଖ ରାସ୍ତା ଅବରୋଧ ହୋଇଛି। ଫଳରେ ତୁମୁଡ଼ିବନ୍ଧ-ବାଲିଗୁଡ଼ା ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ ରହିଛି।
ଗତକାଲି ତୁମୁଡ଼ିବନ୍ଧ ଅଞ୍ଚଳର ତପନ ବେହେରା ଓ ସକଳ୍ପ ନାୟକ ଦୁଇ ଜଣ ରାତିରେ ଘରକୁ ଫେରୁଥିଲେ। ତେବେ ତାଙ୍କ ମୃତ୍ୟୁ କିପରି ହେଲା ତାକୁ ନେଇ ସନ୍ଦେହ ବଢ଼ିଛି।