ଭାଲୁ ଅାତଙ୍କ

ଭାଲୁ ଅାକ୍ରମଣରେ ଦୁଇ ଜଣ ଗୁରୁତର

ବାଲେଶ୍ୱର  : ଭାଲୁ ଅାକ୍ରମଣରେ ଦୁଇ ଗୁରୁତର। ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଭାଲୁ ଅାକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଜାମୁଡିହା ପଞ୍ଚାୟତ ରିଙ୍ଗପୁର ଗାଁର ଜୟରାମ ସିଂ ଅାଜି ଭୋର ସମୟରେ ଘରପାଖ ବାଡିକୁ ଶୌଚ ଯାଇଥିଲେ।

ଦୁଇଟି ଭାଲୁ ତାଙ୍କୁ ଅତର୍କିତ ଅାକ୍ରମଣ କରିଥିଲେ। ଫଳରେ ତାଙ୍କ ମୁହଁ, ପିଠି, ମୁଣ୍ଡ, ହାତରେ ଗଭୀର ଅାଘାତ ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସେହିପରି କେନ୍ଦୁଝର ଅାନନ୍ଦପୁର ଅଧରଝରି ଗାଁରେ ଭାଲୁ ଅାତଙ୍କ। ରେଙ୍ଗା ହୋ ନାମକ ଜଣେ ଯୁବକ ଶୌଚ ହେବାକୁ ଯାଇଥିବା ବେଳେ ଭାଲୁ ଅାକ୍ରମଣ କରିଥିଲା। ସେଥିରେ ସେ ଗୁରୁତର ଅାହତ ହୋଇ ଅାନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

You might also like