ବାଙ୍କି: ବିସ୍ଫୋରଣରେ ଭୁଶୁଡ଼ି ପଡ଼ିଲା କୋଠା ଘର। କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ଘୋଡ଼ାବର ଗାଁରେ ଗତକାଲି ରାତିରେ ବିସ୍ଫୋରଣ ପରେ ଏକ କୋଠଘର ଭୁଶୁଡ଼ି ପଡ଼ିଛି। ଫଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତକାଲି ରାତି ପ୍ରାୟ ୧୦ଟା ବେଳେ ଏହି ଘଟଣା ଘଟିଥିଲା।
ମୃତକଙ୍କ ପରିବାର ପକ୍ଷରୁ କୁହାଯାଇଛି ପୂର୍ବ ଶତ୍ରୁତାକୁ ନେଇ କୋଠଘର ଉପରକୁ ବୋମାମାଡ଼ କରାଯାଇଥିଲା।
ଅନ୍ୟପକ୍ଷରେ ପୁଲିସ୍ କହିଛି ଯେ କୋଠଘର ଭିତରେ ବୋମା ଭିଡ଼ା ଯାଉଥିବା ବେଳେ ଏହି ବିସ୍ଫୋରଣ ହୋଇଥାଇପାରେ ଅବା ସେଠାରେ ବୋମା ଥିଲା ଓ କୌଣସି କାରଣରୁ ଫୁଟି ଯାଇଥାଇପାରେ।
ତେବେ ବିସ୍ଫୋରଣ କାରଣ ଏଯାଏ କିଛି ସ୍ପଷ୍ଟ ହୋଇନି। ପୁଲିସ୍ ଘଟଣାର ତଦନ୍ତ କରୁଛି।