• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

କୋରାପୁଟ: କରୋପୁଟ ଜିଲ୍ଲା ମାଛକୁଣ୍ଡ ଅଂଚଳରେ ୨ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଛକୁଣ୍ଡକୁ ୫ ଦିନ ପାଇଁକଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହାସହ ମାଟିଖାଲ ଗାଁକୁ ପ୍ରବେଶ ଏବଂ ପ୍ରସ୍ଥାନ ନେଇ କଟକଣା ଜାରି କରାଯାଇଛି। ମାଛକୁଣ୍ଡରେ ବାହାରିଥିବା ପଜିଟିଭ ପରିବାରର ଜଣେ ବ୍ୟକ୍ତି ମାଟିଖାଲ ଗାଁକୁ କାମରେ ଯାଇଥିବା ସୂଚନା ମିଳିଛି।  ତେଣୁ ଅଗ୍ନିଶମ ବିଭାଗ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ତଥା ମାଟିଖାଲ ଗାଁରେ ବିଶୋଧନ କରାଯାଇଛି।

ସେପଟେ ମାଛକୁଣ୍ଡରେ କଣ୍ଟେନମେଣ୍ଟ ଘୋଷଣା ହେବା ପରେ ଏଠାରେ ଥିବା ଏସବିଆଇ ବ୍ୟାଙ୍କ ତଥା ଏଟିଏମ ସେବା ସଂପୂର୍ଣ୍ଣବନ୍ଦ କରାଯାଇଛି। ବ୍ୟାଙ୍କ ଫାଟକରେ ତାଲା ଝୁଲୁଛି। ଫଳରେ ବ୍ୟାଙ୍କ ଉପରେ ନିର୍ଭରଶୀଳ ଓଡ଼ିଶା ଓ ଆନ୍ଧ୍ର ଗ୍ରାହକ ପ୍ରଭାବିତ ହୋଇଛନ୍ତି।

ରାଜ୍ୟରେ ଆଉ ୫୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ।  ରାଜ୍ୟରେ ୨୩ ଜିଲ୍ଲାରୁ ୫୪୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୫୪ କ୍ୱାରେଣ୍ଟିନ୍‌ ସେଣ୍ଟରରୁ ହୋଇଥିବା ବେଳେ ୧୮୯ ଲୋକାଲ କଣ୍ଟାକ୍ଟ ରହିଛି।

ସେହିଭଳି କଟକଭୁବନେଶ୍ୱରରୁ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରରୁ ୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିଭଳି ରାଜ୍ୟରେ ଆଉ ଜଣେ ବିଧାୟକ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ହେଲେ ରେମୁଣା ଭିଧାୟକ ସୁଧାଂଶୁ ଶେଖର ପରିଡ଼ା।

2-covid-positive-found-in-koraput1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories